ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଭଦ୍ରକରେ ମେ’ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ୍ର

0

ଭଦ୍ରକ: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ମେ’ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ପ୍ରଚଣ୍ଡ ଗରମ ମଧ୍ୟରେ ପ୍ରାକ୍-ସ୍କୁଲ ପିଲାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଜିଲ୍ଲା ପ୍ରଶାସନ କହିଛି, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଲେ ମଧ୍ୟ ପିଲାମାନଙ୍କ ପାଇଁ ଶୁଖିଲା ରାସନ ଘରେ ଘରେ ପହଞ୍ଚାଯିବ। ଏହା ମାଧ୍ୟମରେ ପିଲାଙ୍କ ପୁଷ୍ଟିକର ଖାଦ୍ୟ ସୁବିଧା ଅବ୍ୟାହତ ରହିବ।

ତେବେ ପ୍ରାକ୍-ସ୍କୁଲ କାର୍ଯ୍ୟକଳାପ ଅସ୍ଥାୟୀ ଭାବେ ବନ୍ଦ ରହିବା ସତ୍ତ୍ୱେ ଅନ୍ୟ ସମସ୍ତ ସେବା ଓ କାର୍ଯ୍ୟକ୍ରମ ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ଚାଲିବ। ଏହି ବ୍ୟବସ୍ଥାର ସଠିକ୍ କାର୍ଯ୍ୟାନ୍ୱୟନ ପାଇଁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ପରିବାରମାନଙ୍କୁ ମଧ୍ୟ ସ୍ଥାନୀୟ ପ୍ରଶାସନ ସହ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.