ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ସରକାର ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ସ୍ୱୀକୃତିପ୍ରାପ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନକୁ ବାଧ୍ୟତାମୂଳକ କରିଛନ୍ତି। ଏହି ନୂଆ ନିର୍ଦ୍ଦେଶ ତୁରନ୍ତ ପ୍ରଭାବରୁ କାର୍ଯ୍ୟକାରୀ ହୋଇଥିବା ସୂଚନା ମିଳିଛି।

ରାଜ୍ୟ ସଂଖ୍ୟାଲଘୁ ବ୍ୟାପାର ଓ ମଦ୍ରାସା ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ, ପ୍ରାର୍ଥନା ସଭା ସମୟରେ ‘ବନ୍ଦେ ମାତରମ୍’ ଗାନ କରିବା ଅନିବାର୍ୟ ହେବ। ଏହି ନିୟମ ସମସ୍ତ ସରକାରୀ ମଡେଲ ମଦ୍ରାସା, ସାହାଯ୍ୟପ୍ରାପ୍ତ ମଦ୍ରାସା, ଅନୁମୋଦିତ ମଦ୍ରାସା ଶିକ୍ଷା କେନ୍ଦ୍ର ଓ ଅଣ-ସହାୟତାପ୍ରାପ୍ତ ମଦ୍ରାସା ପାଇଁ ଲାଗୁ ହେବ। ରାଜ୍ୟର ସଂଖ୍ୟାଲଘୁ ବ୍ୟାପାର ଓ ମଦ୍ରାସା ଶିକ୍ଷା ମନ୍ତ୍ରୀ ଖୁଦିରାମ ଟୁଡୁ କହିଛନ୍ତି, ଅନ୍ୟ ସରକାରୀ ସ୍କୁଲରେ ଯେତେବେଳେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ, ସେତେବେଳେ ମଦ୍ରାସାଗୁଡ଼ିକରେ ମଧ୍ୟ ଏହାକୁ ଲାଗୁ କରାଯିବା ଆବଶ୍ୟକ। ଏହାପୂର୍ବରୁ ରାଜ୍ୟ ଶିକ୍ଷା ବିଭାଗ ସମସ୍ତ ସରକାରୀ ସ୍କୁଲରେ ମଧ୍ୟ ‘ବନ୍ଦେ ମାତରମ୍’ ଗାନକୁ ବାଧ୍ୟତାମୂଳକ କରିଥିଲା।

Leave A Reply

Your email address will not be published.