ପ୍ରମୁଖ ଖବର

ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା; ୫୮ ଲକ୍ଷ ଲୋକଙ୍କୁ ନୋଟିସ୍
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ କୁଆରମୁଣ୍ଡ ଆର୍‌ଆଇ
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂଲିଶ ବନାନ ବାଧ୍ୟତାମୂଳକ, ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ବର୍ଷା ସହ ବଢ଼ୁଛି ଡେଙ୍ଗୁ ଚିନ୍ତା: ରାଜ୍ୟରେ ୨୬୦ ଆକ୍ରାନ୍ତ
ସେପ୍ଟେମ୍ବର ୧ରୁ ପଶ୍ଚିମବଙ୍ଗରେ ସରକାରୀ କାର୍ଯ୍ୟରେ ବଙ୍ଗଳା ଭାଷା ବାଧ୍ୟତାମୂଳକ
ପ୍ରବଳ ବର୍ଷା ଆଶଙ୍କା: ଅମରନାଥ, ବୈଷ୍ଣୋଦେବୀ ଓ ଶିବ ଖୋରୀ ଯାତ୍ରା ସାମୟିକ ଭାବେ ସ୍ଥଗିତ
୨୦%ରୁ ଅଧିକ ଇଥାନଲ୍ ମିଶ୍ରଣ ନେଇ ହୋଇନାହିଁ ନିଷ୍ପତ୍ତି : କେନ୍ଦ୍ର ସରକାର
କର୍ଣ୍ଣାଟକର ବେଙ୍ଗାଲୁରୁ ସୁଟକେସ୍‌ ଭିତରେ ମହିଳାଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

0

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବାମାନଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ରହିଛନ୍ତି। ମୁଖ୍ୟ ଅଭିଯୁକ୍ତ ରାଜା ବେସନ (୨୪) ହୋଇଥିବାବେଳେ ଆକାଶ ପ୍ରଧାନ (୨୦) ଓ ତୃପ୍ତି ନାଏକ (୧୯) ତାଙ୍କୁ ସହଯୋଗ କରିଥିବା ପୋଲିସ କହିଛି।

ପୀଡ଼ିତାଙ୍କ ପିଉସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଥିବାବେଳେ ପିଉସୀଙ୍କ ସହ ନାବାଳିକା ସେଠାକୁ ଆସିଥିଲେ। ସେ ଏକାକୀ ଥିବା ସମୟରେ ମେଡିକାଲ ପରିସରର ଏକ ନିର୍ଜନ ସ୍ଥାନକୁ ନେଇ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଏୟାରପୋର୍ଟ ଥାନା ପୋଲିସ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଚଢ଼ାଉ କରି ପ୍ରଥମେ ଆକାଶ ପ୍ରଧାନ ଓ ତୃପ୍ତି ନାଏକଙ୍କୁ ବୁରୋମାଲ ଅଞ୍ଚଳରୁ ଗିରଫ କରାଯାଇଥିଲା। ପରେ ଫେରାର ହେବାକୁ ଚେଷ୍ଟା କରୁଥିବା ମୁଖ୍ୟ ଅଭିଯୁକ୍ତ ରାଜା ବେସନକୁ ମଧ୍ୟ ପୋଲିସ କାବୁ କରିଥିଲା। ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରି ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.