ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ

0

ନ୍ୟୁଜ୍ ବ୍ୟୁରୋ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ହମଜା ବୁରହାନକୁ ପାକିସ୍ତାନର ମୁଜାଫରାବାଦରେ ଗୁଳି କରି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି। ଅଜଣା ବ୍ୟକ୍ତିମାନେ ପାକ୍ ଅଧିକୃତ କାଶ୍ମୀରରେ ଥିବା ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ହମଜାଙ୍କ ଉପରେ ଅନେକ ରାଉଣ୍ଡ ଗୁଳି ଚାଲାଇଥିଲେ। ଗୁରୁତର ଆହତ ହୋଇଥିବା ହମଜା ବୁରହାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା କୁହାଯାଉଛି।

ହମଜା ବୁରହାନ ୨୦୧୯ ମସିହାର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଜଡିତ ଥିବା ଅଭିଯୋଗ ଥିଲା। ୧୪ ଫେବୃଆରୀ ୨୦୧୯ରେ ହୋଇଥିବା ସେହି ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ହମଜା ପାକିସ୍ତାନରେ ନିଜକୁ ଜଣେ ଶିକ୍ଷକ ବୋଲି ପରିଚୟ ଦେଇ ରହୁଥିବା ସୂଚନା ମିଳିଛି।

Leave A Reply

Your email address will not be published.