ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

0

ପୁରୀ: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ସହ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଜୁନ୍‌ ମାସରେ ପୁଣି ଗଣତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରଶାସନ କହିଛି।

ରତ୍ନଭଣ୍ଡାରର ଗଣତିମଣତି କାର୍ଯ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଥିଲା। ପୂର୍ବରୁ ଚଳନ୍ତି ଓ ବାହାର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି। ୧୯୭୮ ତାଲିକା ଅନୁଯାୟୀ ସମସ୍ତ ଅଳଙ୍କାରର ନିର୍ଭୁଲ ଚିହ୍ନଟ ଓ ଗଣତି କରାଯାଉଛି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ପୂର୍ବରୁ କହିଥିଲେ ଯେ ଅଳଙ୍କାରଗୁଡ଼ିକର ଫଟୋଗ୍ରାଫି, ଭିଡିଓଗ୍ରାଫି ଏବଂ ୩-ଡି ମ୍ୟାପିଂ କରାଯାଉଛି। ଏହାପରେ ସେଗୁଡ଼ିକୁ ସୁରକ୍ଷିତ ଭାବରେ କପଡ଼ା କିମ୍ବା ଚିହ୍ନିତ ମୁଣିରେ ରଖି ଷ୍ଟିଲ ବାକ୍ସରେ ସଂରକ୍ଷଣ କରାଯାଉଛି। ମୂଲ୍ୟବାନ ରତ୍ନ ଓ ଅଳଙ୍କାର ଥିବାରୁ ଗଣତି ପ୍ରକ୍ରିୟା ସମୟସାପେକ୍ଷ ହେଉଥିବା ବେଳେ ସମସ୍ତ କାର୍ଯ୍ୟ ସ୍ବଚ୍ଛତା ଓ ସୁରକ୍ଷାର ସହ କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.