ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ

0

ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ

ନ୍ୟୁଜ୍ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଟଙ୍କାର ସର୍ବକାଳୀନ ରେକର୍ଡ ଲାଭାଂଶ ପ୍ରଦାନ କରିବାକୁ ଘୋଷଣା କରିଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଘୋଷିତ ଏହି ଲାଭାଂଶ ପରିମାଣ ପୂର୍ବବର୍ଷଗୁଡିକୁ ଅତିକ୍ରମ କରିଛି। ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ଆରବିଆଇ ୨.୬୯ ଲକ୍ଷ କୋଟି ଓ ୨୦୨୪-୨୫ରେ ୨.୧୦ ଲକ୍ଷ କୋଟି ଟଙ୍କା ସରକାରଙ୍କୁ ପ୍ରଦାନ କରିଥିଲା। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧ ସଙ୍କଟ ଏବଂ ଆମେରିକା-ଇରାନ ତିକ୍ତତା ଯୋଗୁଁ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଦେଖାଦେଇଥିବା ବେଳେ ଆରବିଆଇର ଏହି ବିପୁଳ ଲାଭାଂଶ କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ସଞ୍ଜୀବନୀ ସଦୃଶ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଓ ଗ୍ୟାସ ଦର ବୃଦ୍ଧି ପାଉଥିବା ବେଳେ ଭାରତର ଆମଦାନୀ ଖର୍ଚ୍ଚ ଉପରେ ଚାପ ବଢ଼ିଛି। ଏହି ପରିସ୍ଥିତିରେ ଆରବିଆଇର ଅତିରିକ୍ତ ପାଣ୍ଠି ସରକାରଙ୍କୁ ଆର୍ଥିକ ସନ୍ତୁଳନ ରଖିବାରେ ସହଯୋଗ କରିବ।

ଏହି ଲାଭାଂଶ ସହାୟତାରେ ସରକାର ପେଟ୍ରୋଲ-ଡିଜେଲ ଦରକୁ ନିୟନ୍ତ୍ରଣରେ ରଖିବା, ସାର ଓ ଖାଦ୍ୟ ସବସିଡି ଭାର ସମ୍ଭାଳିବା ସହିତ ରାଜକୋଷ ନିଅଣ୍ଟ ଲକ୍ଷ୍ୟକୁ ସନ୍ତୁଳିତ ରଖିପାରିବେ ବୋଲି ଅର୍ଥନୀତିବିଦମାନେ ମତ ପ୍ରକାଶ କରୁଛନ୍ତି। ସରକାର ଜିଡିପିର ୪.୩% ରାଜକୋଷ ନିଅଣ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏହି ଅଣ-ଟିକସ ରାଜସ୍ୱ ତାହାକୁ ଶକ୍ତିଶାଳୀ କରିବ। ଆରବିଆଇର ଏହି ବଡ଼ ଲାଭାଂଶ ଦ୍ୱାରା ରାଜପଥ, ରେଳପଥ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପକୁ ଗତି ମିଳିବା ସହ ରୋଜଗାର ସୃଷ୍ଟିରେ ମଧ୍ୟ ସହାୟତା ମିଳିବ। ବୃଦ୍ଧି ପାଇଥିବା ତୈଳ ଦର ଓ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଭଳି ଚାପକୁ ସମ୍ଭାଳିବାରେ ଏହି ପାଣ୍ଠି ଗୁରୁତ୍ୱପୂର୍ଣ୍ଣ ହେବ।

ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଜଣାପଡ଼ିଛି ଯେ ଗତ ଆର୍ଥିକ ବର୍ଷରେ ଆରବିଆଇର ମୋଟ ଆୟ ପ୍ରାୟ ୨୬.୪୨% ବୃଦ୍ଧି ପାଇଛି। ବିଦେଶୀ ମୁଦ୍ରା ବିକ୍ରି, ଆମେରିକୀୟ ବଣ୍ଡରୁ ମିଳିଥିବା ସୁଧ ଏବଂ ସୁନା ଗଚ୍ଛିତ ପରିମାଣ ବୃଦ୍ଧି ଯୋଗୁଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ବିପୁଳ ଲାଭ କମାଇଥିବା କୁହାଯାଇଛି। ସେହିପରି ଆରବିଆଇ ନିଜର କଣ୍ଟିଜେଣ୍ଟ ରିସ୍କ ବଫରକୁ ୬.୫%ରେ ସୁରକ୍ଷିତ ରଖିଥିବା ବେଳେ ଆଗାମୀ ଦିନରେ ମୋଟ ଲାଭାଂଶ ପରିମାଣ ୩.୧୬ ଲକ୍ଷ କୋଟି ଟଙ୍କାକୁ ପହଞ୍ଚିପାରେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.