ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

0

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୨୦ ଜୁନ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏକ ଦିନିକିଆ ଗସ୍ତରେ ସେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ସକାଳ ୧୧ଟା ୫ ମିନିଟରେ ପାହାଡ଼ପୁର ହେଲିପ୍ୟାଡ୍‌ରେ ପହଞ୍ଚିବେ। ସେଠାରୁ ୧୧ଟା ୧୫ ମିନିଟରେ ଗୋଷାଣୀ ପୀଠକୁ ଯାଇ ଦର୍ଶନ କରିବେ। ପାହାଡ଼ପୁର ଅଞ୍ଚଳରେ ପ୍ରାୟ ଏକ ଘଣ୍ଟା ସମୟ ବିତାଇବାର କାର୍ଯ୍ୟକ୍ରମ ରହିଛି। ପରେ ଦିନ ୧୨ଟା ୫୫ ମିନିଟରେ ସେ ସଭାସ୍ଥଳରେ ପହଞ୍ଚିବେ। ସେଠାରେ ଆୟୋଜିତ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧନ କରିବେ। ଦିନ ୧ଟାରୁ ୨ଟା ପର୍ଯ୍ୟନ୍ତ ସେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିବାର ସମ୍ଭାବନା ରହିଛି। କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ନ ୨ଟା ୧୫ ମିନିଟରେ ସେ ଓଡ଼ିଶାରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ବହୁ ସଂଖ୍ୟକ ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି।

Leave A Reply

Your email address will not be published.