ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍

0

ନ୍ୟୁଜ୍ ବ୍ୟୁରୋ: ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ସେମାନଙ୍କୁ ଡିଜିଟାଲ୍ ଆସକ୍ତିରୁ ଦୂରେଇ ରଖିବା ପାଇଁ ବ୍ରିଟେନ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପିଲାମାନଙ୍କୁ ସେମାନଙ୍କର ଶୈଶବ ଫେରାଇ ଦେବା ଏବଂ ଅନଲାଇନ୍ କୁପ୍ରଭାବରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମର କହିଛନ୍ତି।

ନୂଆ ନିୟମ ଅନୁଯାୟୀ ଟିକ୍‌ଟକ୍‌, ଇନଷ୍ଟାଗ୍ରାମ୍‌, ସ୍ନାପଚାଟ୍‌, ୟୁଟ୍ୟୁବ୍‌, ଫେସବୁକ୍‌ ଏବଂ ଏକ୍ସ ଭଳି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ୧୬ ବର୍ଷରୁ କମ୍ ବୟସର ପିଲାମାନେ ବ୍ୟବହାର କରିପାରିବେ ନାହିଁ। ତେବେ ପରିବାର ଓ ବନ୍ଧୁମାନଙ୍କ ସହ ଯୋଗାଯୋଗ ପାଇଁ ବ୍ୟବହୃତ ହ୍ବାଟ୍ସଆପ୍‌ ଏବଂ ସିଗ୍ନାଲ୍‌ ଭଳି ମେସେଜିଂ ଆପ୍‌ଗୁଡ଼ିକୁ ଏହି ନିଷେଧାଦେଶରୁ ବାଦ ଦିଆଯାଇଛି। ସେହିପରି ଶିକ୍ଷା ସମ୍ପର୍କିତ ୱେବସାଇଟ୍‌ଗୁଡ଼ିକ ମଧ୍ୟ ପୂର୍ବଭଳି ଖୋଲା ରହିବ।

ଅନଲାଇନ୍‌ ଗେମିଂ ପ୍ଲାଟଫର୍ମଗୁଡ଼ିକରେ ପିଲାମାନେ ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କିମ୍ବା ଲାଇଭ୍‌-ଷ୍ଟ୍ରିମିଂ କରିପାରିବେ ନାହିଁ ବୋଲି କଡ଼ା ନିୟମ ଅଣାଯାଉଛି। ଏହି ନିୟମର ପାଳନ ସୁନିଶ୍ଚିତ କରିବା ପାଇଁ ବୟସ ଯାଞ୍ଚ ନିମନ୍ତେ ଉନ୍ନତ ଡିଜିଟାଲ୍‌ ବ୍ୟବସ୍ଥା ଲାଗୁ କରାଯିବ। ସରକାର ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ସମ୍ପର୍କିତ ଆଇନକୁ ସଂସଦରେ ଗୃହୀତ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୨୦୨୭ ସୁଦ୍ଧା ଏହା ସାରା ବ୍ରିଟେନରେ କାର୍ଯ୍ୟକାରୀ ହେବ।

ଉଲ୍ଲେଖଯୋଗ୍ୟ, ଏହି ନିଷ୍ପତ୍ତି ପୂର୍ବରୁ ହୋଇଥିବା ଏକ ସର୍ଭେରେ ୯୦ ପ୍ରତିଶତ ପିତାମାତା ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ନିଷିଦ୍ଧ କରିବା ସପକ୍ଷରେ ମତ ଦେଇଥିଲେ।

Leave A Reply

Your email address will not be published.