ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ଦିଆଯିବ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ

0

ଭୁବନେଶ୍ୱର: ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍. ଥିରୁମାଲା ନାୟକ ସ୍ପଷ୍ଟ କରିଛନ୍ତି। ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ତ୍ରୁଟିଗୁଡ଼ିକର ସମୀକ୍ଷା ଓ ସଂଶୋଧନ କାର୍ଯ୍ୟ ଚାଲିଥିବା ବେଳେ ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ନୂତନ ପୁସ୍ତକ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସଚିବଙ୍କ ସୂଚନା ଅନୁସାରେ, ନୂତନ ପାଠ୍ୟପୁସ୍ତକ ବଣ୍ଟନ ହେବା ପର୍ଯ୍ୟନ୍ତ SCERT ପକ୍ଷରୁ OSEPA ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପଠାଯାଇଥିବା ସଂଶୋଧିତ ତଥ୍ୟ ଆଧାରରେ ପାଠପଢ଼ା ଜାରି ରହିବ। ସମସ୍ତ ତ୍ରୁଟିର ସଂଶୋଧନ ସମାପ୍ତ ହେବା ପରେ ନୂତନ ପାଠ୍ୟପୁସ୍ତକ ସମସ୍ତ ବିଦ୍ୟାଳୟକୁ ଯୋଗାଇ ଦିଆଯିବ।

ସେ କହିଛନ୍ତି ଯେ, SCERT ଟିମ୍, ସମ୍ପାଦନା ମଣ୍ଡଳୀ ଏବଂ ଶିକ୍ଷାବିତମାନେ ପାଠ୍ୟପୁସ୍ତକରେ ଥିବା ତ୍ରୁଟିଗୁଡ଼ିକର ଗଭୀର ସମୀକ୍ଷା କରୁଛନ୍ତି। ବାସ୍ତବରେ ଯେତେ ପରିମାଣର ତ୍ରୁଟିକୁ ନେଇ ଆଲୋଚନା ହେଉଛି, ସେତେ ପରିମାଣର ତ୍ରୁଟି ନଥିବା ସେ ସ୍ପଷ୍ଟ କରିଛନ୍ତି। କିଛି ଶବ୍ଦର ବନାନ ଓ ବ୍ୟାକରଣକୁ ନେଇ ଭିନ୍ନ ଭିନ୍ନ ମତ ଥିବାରୁ ମଧ୍ୟ ଏହି ବିବାଦ ସୃଷ୍ଟି ହୋଇଥିବା ସେ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କ ହାତରେ ଯଥାଶୀଘ୍ର ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ପହଞ୍ଚାଇବା ପାଇଁ ବିଭାଗ ସମସ୍ତ ପ୍ରକାର ପଦକ୍ଷେପ ନେଉଥିବା ସଚିବ ଏନ୍. ଥିରୁମାଲା ନାୟକ କହିଛନ୍ତି।

Leave A Reply

Your email address will not be published.