ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଭାରତ-ପାକ ସମ୍ପର୍କ ସୁଧାର ପାଇଁ ମୋଦି ଓ ଶାହବାଜଙ୍କୁ ୧୧୭ ବିଶିଷ୍ଟ ବ୍ୟକ୍ତିଙ୍କ ମିଳିତ ଚିଠି

0

ନ୍ୟୁଜ୍ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବା ଏବଂ ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଉଭୟ ଦେଶର ୧୧୭ ଜଣ ବିଶିଷ୍ଟ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଏକ ମିଳିତ ଚିଠି ଲେଖିଛନ୍ତି। ଚିଠିରେ ଉଭୟ ଦେଶର ନେତୃତ୍ୱଙ୍କୁ ସଂଘର୍ଷ ପରିବର୍ତ୍ତେ ଆଲୋଚନା ଓ କୂଟନୈତିକ ସମାଧାନର ପଥ ବାଛିବାକୁ ଆହ୍ୱାନ କରାଯାଇଛି। ଚିଠିରେ କୁହାଯାଇଛି ଯେ ଦକ୍ଷିଣ ଏସିଆରେ ଶାନ୍ତି, ସହଯୋଗ ଓ ବିକାଶର ପରିବେଶ ସୃଷ୍ଟି ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ନିରନ୍ତର ସଂଳାପ ଅତ୍ୟନ୍ତ ଆବଶ୍ୟକ। ଉଭୟ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଲେ କେବଳ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆସିବ ତା ନୁହେଁ, ବରଂ ସମଗ୍ର ଦକ୍ଷିଣ ଏସିଆ ଅଞ୍ଚଳରେ ଆର୍ଥିକ ସହଯୋଗ ଓ ବିକାଶର ନୂଆ ସୁଯୋଗ ସୃଷ୍ଟି ହେବ।

ଏହି ପଦକ୍ଷେପରେ ପୂର୍ବତନ ସରକାରୀ ଅଧିକାରୀ, ସାମାଜିକ କର୍ମୀ, ରାଜନୈତିକ ନେତା ଏବଂ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ସାମିଲ ହୋଇଛନ୍ତି। ଭାରତ ପକ୍ଷରୁ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ମେହବୁବା ମୁଫତି ଏବଂ ଆରଜେଡି ସାଂସଦ ମନୋଜ ଝାଙ୍କ ସମେତ ୬୧ ଜଣ ସ୍ୱାକ୍ଷର କରିଥିବା ବେଳେ ପାକିସ୍ତାନ ପକ୍ଷରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ଖୁର୍ସିଦ ମହମୁଦ କସୁରୀଙ୍କ ସମେତ ୫୬ ଜଣ ବିଶିଷ୍ଟ ବ୍ୟକ୍ତି ଏଥିରେ ସାମିଲ ହୋଇଛନ୍ତି।
ସ୍ୱାକ୍ଷରକାରୀମାନେ ଉଭୟ ଦେଶର ସରକାରଙ୍କୁ ଶାନ୍ତି, ପାରସ୍ପରିକ ବିଶ୍ୱାସ ଏବଂ ସହଯୋଗର ପରିବେଶ ଗଢ଼ି ତୋଳିବା ପାଇଁ ଗଠନମୂଳକ ସଂଳାପ ଜାରି ରଖିବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.