ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ

0

ଭୁବନେଶ୍ବର: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼, ଆଧୁନିକ ଓ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂତନ ରାଜସ୍ୱ ଭବନ ନିର୍ମାଣ କରାଯିବ। ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ଏହି ଅତ୍ୟାଧୁନିକ ଭବନ ନିର୍ମାଣ କରାଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ କାର୍ଯ୍ୟାଳୟକୁ ଏକ ଛାତ ତଳେ ଆଣି ପ୍ରଶାସନିକ କାର୍ଯ୍ୟକୁ ଅଧିକ ଦକ୍ଷ, ସମନ୍ୱିତ ଓ ଜନମୁଖୀ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ।
ନୂତନ ରାଜସ୍ୱ ଭବନରେ ରାଜ୍ୟ ବିପର୍ଯ୍ୟୟ ନିୟନ୍ତ୍ରଣ କେନ୍ଦ୍ର, ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ, ଅଗ୍ନିଶମ ସେବା, ଓଡ୍ରାଫ୍ ସମେତ ବିପର୍ଯ୍ୟୟ ପରିଚାଳନା ସହ ଜଡ଼ିତ ସମସ୍ତ ପ୍ରମୁଖ ସଂସ୍ଥା ଓ ବିଭାଗକୁ ସ୍ଥାନ ମିଳିବ। ଏହା ଫଳରେ ବିପର୍ଯ୍ୟୟ ସମୟରେ ବିଭିନ୍ନ ସଂସ୍ଥା ମଧ୍ୟରେ ଉନ୍ନତ ସମନ୍ୱୟ ରକ୍ଷା ସହ ଦ୍ରୁତ ଓ ପ୍ରଭାବଶାଳୀ ପଦକ୍ଷେପ ନେବା ସମ୍ଭବ ହେବ।

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟର ବର୍ତ୍ତମାନ ଏବଂ ଭବିଷ୍ୟତର ପ୍ରଶାସନିକ ଓ ବିପର୍ଯ୍ୟୟ ପରିଚାଳନା ଆବଶ୍ୟକତାକୁ ଆଖିଆଗରେ ରଖି ଭବନର ରୂପରେଖ ପ୍ରସ୍ତୁତ କରାଯାଉଛି। ଆଧୁନିକ ସୁବିଧାସମ୍ପନ୍ନ ଏହି ଭବନ କାର୍ଯ୍ୟକ୍ଷମ ହେବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ସେବା ପ୍ରଦାନ ବ୍ୟବସ୍ଥା ଆହୁରି ସୁଚାରୁ, ଦ୍ରୁତ ଏବଂ ପ୍ରଭାବଶାଳୀ ହେବ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶାର ଦକ୍ଷତାକୁ ଆହୁରି ସୁଦୃଢ଼ କରିବା ସହ ପ୍ରଶାସନିକ ସେବାକୁ ନୂଆ ଦିଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.