ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଖୋଲିଲା ହୀରାକୁଦର ୧୦ଟି ଗେଟ୍

0

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସନ କରାଯାଉଛି।

ପୂର୍ବ ଘୋଷଣା ଅନୁଯାୟୀ ଗୁରୁବାର ପୂର୍ବାହ୍ନ ୧୧ଟା ପରେ ପୂଜାପାଠ ସମ୍ପନ୍ନ ହେବା ପରେ ପ୍ରଥମେ ୭ ନମ୍ବର ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରେ କ୍ରମାନ୍ବୟରେ ମୋଟ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ଏଥିରେ ବାମପାର୍ଶ୍ୱର ୩ଟି ଏବଂ ଡାହାଣପାର୍ଶ୍ୱର ଗୋଟିଏ ଗେଟ୍ ସାମିଲ ଥିଲା। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୪ ହଜାରରୁ ୧ ଲକ୍ଷ କ୍ୟୁସେକ୍ ଜଳ ମହାନଦୀକୁ ଛଡ଼ାଯାଇଥିଲା। ସନ୍ଧ୍ୟାରେ ଆଉ ୬ଟି ଗେଟ୍ ଖୋଲାଯିବା ପରେ ବର୍ତ୍ତମାନ ମୋଟ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଏହା ଫଳରେ ହୀରାକୁଦରୁ ପ୍ରାୟ ୧ ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରର ଜଳଧାରଣ କ୍ଷମତାର ପ୍ରାୟ ୪୭ ପ୍ରତିଶତ ଜଳ ସଂରକ୍ଷିତ ରହିଛି।

ଅନ୍ୟପକ୍ଷରେ, ଗତ ଦୁଇ ଦିନ ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ପ୍ରାୟ ୯ ଫୁଟ୍ ବୃଦ୍ଧି ପାଇଛି। ଜୁଲାଇ ୬ ତାରିଖ ସକାଳେ ଜଳସ୍ତର ୬୦୩ ଫୁଟ୍ ଥିବା ବେଳେ ପ୍ରାୟ ୪୬ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା। କିନ୍ତୁ ବୁଧବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬୧୨.୯୭ ଫୁଟ୍‌ରେ ପହଞ୍ଚିଥିଲା। ଜଳସମ୍ପଦ ବିଭାଗର ସୂଚନା ଅନୁସାରେ, ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟାଜଳ ୩୬ରୁ ୪୮ ଘଣ୍ଟା ମଧ୍ୟରେ କଟକର ମୁଣ୍ଡଳୀରେ ପହଞ୍ଚିବ। ଏହାକୁ ଦୃଷ୍ଟିରେ ରଖି ମହାନଦୀ ଓ ଏହାର ଶାଖାନଦୀ କୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.