ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୪ ମୃତ

0

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଯୋଗୁଁ ୬ଟି ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ରାଜେଶ ପ୍ରଭାକର ପାଟିଲଙ୍କ ସୂଚନା ଅନୁଯାୟୀ, ବନ୍ୟା ସମ୍ପର୍କିତ ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ଟି ଗୃହପାଳିତ ପଶୁର ମଧ୍ୟ ମୃତ୍ୟୁ ଘଟିଛି।

ସରକାରୀ ତଥ୍ୟ ଅନୁଯାୟୀ, ୨୩୩ଟି ଗ୍ରାମ ପଞ୍ଚାୟତ, ୪୪ଟି ବ୍ଲକ, ୬ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ୪ଟି ୱାର୍ଡ ଅଧୀନରେ ଥିବା ୭୪୮ଟି ଗ୍ରାମର ପ୍ରାୟ ୨,୦୩,୨୦୮ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭,୯୬୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ୨୨୬ଟି ଗ୍ରାମ ଏବେ ମଧ୍ୟ ଜଳବନ୍ଦୀ ରହିଛି। ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ରାଜ୍ୟ ସରକାର ୨୧୨ଟି ରିଲିଫ୍ ଶିବିର ଖୋଲିଛନ୍ତି। ସେଠାରେ ୨୭,୭୧୨ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।

ଏହାଛଡ଼ା ପ୍ରଭାବିତ ଅଞ୍ଚଳରେ ଚାଉଳ, ଚୁଡ଼ା, ଗୁଡ଼, ଗୋଖାଦ୍ୟ ଓ ପଲିଥିନ୍ ସିଟ୍ ବଣ୍ଟନ କରାଯାଉଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡିଆରଏଏଫ , ଏନଡିଆରଏଏଫ ଓ ଅଗ୍ନିଶମ ସେବାର ଟିମ୍‌ଗୁଡ଼ିକୁ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯାଇଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବାବେଳେ ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟ ଜାରି ରହିଛି। ବିଶେଷକରି ବାଲେଶ୍ୱର, ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସେଠାରେ ପ୍ରଶାସନ ସତର୍କ ନଜର ରଖିଛି।

Leave A Reply

Your email address will not be published.