ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧରେ ମୃତ, ନିଖୋଜ କିମ୍ବା ଆହତ ହୋଇଥିବା ଭାରତୀୟଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA)କୁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି. ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଏହି ନୋଡାଲ ଅଧିକାରୀ ମୃତଦେହ ଭାରତକୁ ଫେରାଇ ଆଣିବା, ଡିଏନଏ ମେଳକ ପ୍ରକ୍ରିୟା ସମନ୍ୱୟ କରିବା ଏବଂ ରୁଷିଆ ଦୂତାବାସ ମାଧ୍ୟମରେ କ୍ଷତିପୂରଣ ପାଇବାରେ ମୃତ କିମ୍ବା ନିଖୋଜ ବ୍ୟକ୍ତିଙ୍କ ପରିବାରକୁ ସହାୟତା କରିବେ। ସୁପ୍ରିମକୋର୍ଟ MEAକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରଭାବିତ ପରିବାରଙ୍କୁ ରୁଷିଆ ଦୂତାବାସରେ କ୍ଷତିପୂରଣ ଦାବି ଦାଖଲ କରିବାରେ ସହଯୋଗ କରାଯିବ। ଏହା ସହିତ ସମସ୍ତ ଆବଶ୍ୟକ ସୂଚନା ଓ ଅପଡେଟ୍ ସ୍ଥାନୀୟ ଭାଷାରେ ଯୋଗାଇ ଦେବାକୁ ମଧ୍ୟ କୋର୍ଟ କହିଛନ୍ତି।
ଏହାଛଡ଼ା, ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣଗୁଡ଼ିକୁ ମଧ୍ୟ ପରିବାରମାନଙ୍କୁ ମୃତଦେହ ଉଦ୍ଧାର, ଡିଏନଏ ମେଳକ ଏବଂ କ୍ଷତିପୂରଣ ପ୍ରକ୍ରିୟାରେ ଆଇନଗତ ଓ ପ୍ରଶାସନିକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଟ୍ରାଭେଲ ଏଜେଣ୍ଟଙ୍କ ପ୍ରତାରଣାର ଶିକାର ହୋଇ ରୁଷିଆ-ୟୁକ୍ରେନ ସଂଘର୍ଷ ଅଞ୍ଚଳକୁ ପଠାଯାଇଥିବା ଏବଂ ସେଠାରେ ମୃତ କିମ୍ବା ନିଖୋଜ ହୋଇଥିବା ଭାରତୀୟଙ୍କ ପରିବାର ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

Leave A Reply

Your email address will not be published.