ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

‘ଫେଲ୍’ ଶବ୍ଦ ହଟିବ, ମାଟ୍ରିକ୍‌ ମାର୍କସିଟ୍‌ରେ ଆସିବ ‘ଦକ୍ଷତା ପାଇଁ ଯୋଗ୍ୟ’

0

ବିହାର: ବିହାରରେ ମାଟ୍ରିକ୍‌ ପରୀକ୍ଷାରେ ଆଶାନୁରୂପ ଫଳ ନକରିପାରିଥିବା ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌ରେ ଆଉ ‘ଫେଲ୍’ ଶବ୍ଦ ବ୍ୟବହାର ନକରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ବଦଳରେ ପ୍ରମାଣପତ୍ରରେ ‘ଦକ୍ଷତା ପାଇଁ ଯୋଗ୍ୟ’ ଶବ୍ଦ ଉଲ୍ଲେଖ କରାଯିବ। ଛାତ୍ରଛାତ୍ରୀଙ୍କ ମନୋବଳ ଅକ୍ଷୁଣ୍ଣ ରଖିବା ଏବଂ ଶିକ୍ଷାକ୍ଷେତ୍ରରେ ସକାରାତ୍ମକ ପରିବେଶ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ।

ଗୁରୁବାର ରାତିରେ ବିକାଶ ଭବନସ୍ଥିତ ମଦନ ମୋହନ ସଭାଗୃହରେ ଆୟୋଜିତ ଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ଶିକ୍ଷାମନ୍ତ୍ରୀ ମିଥିଲେଶ ତିୱାରୀ ଏହି ଘୋଷଣା କରିଥିଲେ। ସେ କହିଛନ୍ତି, ପରୀକ୍ଷାରେ କମ୍ ନମ୍ବର ମିଳିବା କିମ୍ବା ଆଶାନୁରୂପ ଫଳ ନଆସିବା ଦ୍ୱାରା କୌଣସି ଛାତ୍ରଙ୍କ ପ୍ରତିଭା ଶେଷ ହୋଇଯାଏ ନାହିଁ। ତେଣୁ ‘ଫେଲ୍’ ଭଳି ଶବ୍ଦ ବ୍ୟବହାର କରି ସେମାନଙ୍କ ମନୋବଳ ଭାଙ୍ଗିବାକୁ ସରକାର ଚାହୁଁନାହାନ୍ତି। ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ନିୟମରେ ଆବଶ୍ୟକ ସଂଶୋଧନ କରାଯିବ। ଏହାପରେ ବିହାର ବିଦ୍ୟାଳୟ ପରୀକ୍ଷା ସମିତିକୁ ଏନେଇ ନିର୍ଦ୍ଦେଶ ଜାରି କରାଯିବ। ଏଥିସହ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଏକ ମାସିଆ ସ୍ୱତନ୍ତ୍ର କ୍ଲାସ୍‌ ଆୟୋଜନ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ଦୁର୍ବଳ ବିଷୟରେ ଅଧିକ ଅଭ୍ୟାସ କରିବା ସହ ପରୀକ୍ଷା ପାଇଁ ଭଲ ପ୍ରସ୍ତୁତିର ସୁଯୋଗ ଦେବା ଏହାର ଲକ୍ଷ୍ୟ।

ଅନ୍ୟପକ୍ଷରେ, ସେପ୍ଟେମ୍ବର ୫ରେ ଶ୍ରୀକୃଷ୍ଣ ମେମୋରିଆଲ ହଲ୍‌ରେ ଶିକ୍ଷକ ଦିବସ ସମାରୋହ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ‘ଶିକ୍ଷକ ସହଯୋଗ ପୋର୍ଟାଲ’ର ଶୁଭାରମ୍ଭ କରିବେ। ପ୍ରତ୍ୟେକ ଜିଲ୍ଲାରୁ ଜଣେ ଲେଖାଏଁ ମନୋନୀତ ଶିକ୍ଷକଙ୍କୁ ରାଜ୍ୟ ପୁରସ୍କାରରେ ସମ୍ମାନିତ କରାଯିବ।

Leave A Reply

Your email address will not be published.