ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା

0

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କୀ ବାତ୍‌’ରେ ଏଥର ଓଡ଼ିଶାର ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ଚର୍ଚ୍ଚାକୁ ଆସିଛି। ଜଙ୍ଗଲ ଉପରେ ନିର୍ଭରଶୀଳ ଜୀବନରୁ ଇକୋ-ଟୁରିଜିମ୍‌ ଜରିଆରେ ନୂଆ ରୋଜଗାରର ବାଟ ଖୋଜିଥିବା ମୈଥିଲୀଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ମୈଥିଲୀଙ୍କ ଜୀବନ ଦିନେ ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ ଓ ବିକ୍ରିକୁ ନେଇ ଚାଲୁଥିଲା। ଜଙ୍ଗଲରୁ ମିଳୁଥିବା ବିଭିନ୍ନ ଦ୍ରବ୍ୟ ବିକ୍ରି କରି ସେ ପରିବାରର ଆବଶ୍ୟକତା ପୂରଣ କରୁଥିଲେ। ତେବେ ଡେବ୍ରିଗଡ଼ରେ ଇକୋ-ଟୁରିଜିମ୍‌ର ବିକାଶ ସହ ତାଙ୍କ ପାଇଁ ରୋଜଗାରର ନୂଆ ଦ୍ୱାର ଖୋଲିଥିଲା। ଏହି କ୍ଷେତ୍ରରେ ସାମିଲ ହୋଇ ସେ ନିଜ ଜୀବିକାକୁ ଏକ ନୂଆ ଦିଗ ଦେଇପାରିଛନ୍ତି।

ପ୍ରକୃତି ଓ ଜଙ୍ଗଲ ସମ୍ପଦକୁ ସୁରକ୍ଷା ଦେଇ ତାହାକୁ ରୋଜଗାରର ମାଧ୍ୟମ କରିବାର ମୈଥିଲୀଙ୍କ ପ୍ରୟାସ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି। ବିଶେଷକରି ଡେବ୍ରିଗଡ଼ ଅଞ୍ଚଳର ଅନ୍ୟ ମହିଳାମାନେ ମଧ୍ୟ ତାଙ୍କଠାରୁ ପ୍ରେରଣା ପାଉଛନ୍ତି। ମୈଥିଲୀଙ୍କ କାହାଣୀକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜଙ୍ଗଲ କେବଳ ପ୍ରକୃତିର ସୁରକ୍ଷା କବଚ ନୁହେଁ, ଅନେକ ପରିବାରର ଜୀବିକାର ମୁଖ୍ୟ ଆଧାର। ଏହାର ସୁରକ୍ଷା ସହ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ମଧ୍ୟ ସମ୍ଭବ। ମୈଥିଲୀ ନିଜ ଉଦ୍ୟମ ମାଧ୍ୟମରେ ଏହାକୁ ପ୍ରମାଣ କରିଛନ୍ତି।

Leave A Reply

Your email address will not be published.