ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭

0

ନେପାଳ: ନେପାଳରେ ଭୋଟେକୋଶୀ ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପରେ ବିପର୍ଯ୍ୟୟର ଚିତ୍ର ଆହୁରି ଭୟାବହ ହୋଇଛି। ଅଗଷ୍ଟ ୨୬ରେ ନେପାଳ-ତିବ୍ବତ ସୀମା ନିକଟରେ ଘଟିଥିବା ଏହି ବନ୍ୟାରେ ନେପାଳରେ ମୃତ୍ୟୁସଂଖ୍ୟା ୯୦୩ରେ ପହଞ୍ଚିଛି। ଏହାସହ ୪,୨୪୭ ଜଣଙ୍କ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ଅନେକ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ନିଖୋଜଙ୍କ ସନ୍ଧାନ ଉଦ୍ଧାରକାରୀଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି।

ନେପାଳର ଜାତୀୟ ବିପର୍ଯ୍ୟୟ ପ୍ରାଧିକରଣର ତଥ୍ୟ ଅନୁସାରେ, ବନ୍ୟାପ୍ରଭାବିତ ଅଞ୍ଚଳରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ୨୬୭ ଜଣ ଆହତ ହୋଇଛନ୍ତି। ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସୁରକ୍ଷାବାହିନୀ ଓ ଉଦ୍ଧାରକାରୀ ଦଳ ବିଭିନ୍ନ ସ୍ଥାନରେ ଅଭିଯାନ ଚଳାଇଛନ୍ତି। ଏପଟେ ନିଜ ପରିଜନଙ୍କ ସନ୍ଧାନରେ ପରିବାରଗୁଡ଼ିକ ହସ୍ପିଟାଲ ଓ ରିଲିଫ୍‌ କେନ୍ଦ୍ରରେ ଘୂରି ବୁଲୁଛନ୍ତି। ଅନେକ ସ୍ଥାନରେ ନିଖୋଜଙ୍କ ଫଟୋ ଥିବା ପୋଷ୍ଟର ମଧ୍ୟ ଲଗାଯାଇଛି।

ଏହି ବିପର୍ଯ୍ୟୟକୁ ନେଇ ଭାରତ ନେପାଳ ପ୍ରତି ସମବେଦନା ଜଣାଇଛି। ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସକୁ ଯାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୋକ ପୁସ୍ତକରେ ସ୍ୱାକ୍ଷର କରିଛନ୍ତି। ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିବା ସହ ଆହତଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି। ରାଜନାଥ କହିଛନ୍ତି ଯେ, ବିପର୍ଯ୍ୟୟ ସମୟରେ ଭାରତ ନେପାଳର ଲୋକଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛି। ନେପାଳକୁ ଏକ ଘନିଷ୍ଠ ବନ୍ଧୁ ଓ ସହଯୋଗୀ ଭାବେ ଭାରତ ସର୍ବଦା ସମର୍ଥନ କରିଆସିଛି। ବର୍ତ୍ତମାନର ସଙ୍କଟରେ ମଧ୍ୟ ସନ୍ଧାନ, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟରେ ଆବଶ୍ୟକ ସହଯୋଗ ଯୋଗାଇବାକୁ ଭାରତ ପ୍ରସ୍ତୁତ ଥିବା ସେ ସ୍ପଷ୍ଟ କରିଛନ୍ତି।

ବନ୍ୟାର ପ୍ରଭାବ ନେପାଳ ସୀମା ପାର କରି ତିବ୍ବତରେ ମଧ୍ୟ ଅନୁଭୂତ ହୋଇଛି। ଚୀନ୍‌ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ତିବ୍ବତରେ ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି ଏବଂ ୫୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଉଭୟ ଅଞ୍ଚଳରେ ରିଲିଫ୍‌, ଉଦ୍ଧାର ଓ ନିଖୋଜଙ୍କ ସନ୍ଧାନ ଅଭିଯାନ ଜାରି ରହିଛି।

Leave A Reply

Your email address will not be published.