ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ପ୍ରକାଶ ପାଇଲା ଓଟିଇଟି-୨୦୨୬ ଫଳ, ପାସ୍‌ ହାର ୬୪.୪୮%

0

ଭୁବନେଶ୍ବର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୬ର ଫଳାଫଳ ପ୍ରକାଶ ପାଇଛି। ଚଳିତବର୍ଷ ପରୀକ୍ଷାରେ ସାମଗ୍ରିକ ଭାବେ ୬୪.୪୮ ପ୍ରତିଶତ ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଓଟିଇଟି-୨୦୨୬ ପାଇଁ ମୋଟ ୯୭,୧୫୧ ଜଣ ଆବେଦନ କରିଥିଲେ। ଏଥିରୁ ୧୨,୪୨୦ ଜଣ ପରୀକ୍ଷା ଦେଇନଥିବାବେଳେ ୮୪,୭୩୧ ଜଣ ପରୀକ୍ଷାରେ ଉପସ୍ଥିତ ଥିଲେ। ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୩,୩୧୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପେପର୍‌-୧ରେ ୨୪,୯୯୧ ଜଣ ପରୀକ୍ଷା ଦେଇଥିବାବେଳେ ଏହାର ପାସ୍‌ ହାର ୬୮.୨୮ ପ୍ରତିଶତ ରହିଛି।

ସେହିପରି ପେପର୍‌-୨ରେ ୫୯,୭୪୦ ଜଣ ଅଂଶଗ୍ରହଣ କରିଥିବାବେଳେ ପାସ୍‌ ହାର ୬୦.୬୮ ପ୍ରତିଶତ ରହିଛି। ପରୀକ୍ଷାର୍ଥୀମାନେ ବିଏସଇର ଅଧିକାରିକ ୱେବସାଇଟ୍‌ www.bseodisha.nic.inରେ ଆଜି ସନ୍ଧ୍ୟା ୬ଟା ପରଠାରୁ ନିଜର ଫଳାଫଳ ଦେଖିପାରିବେ। ଏଥିସହ ସେପ୍ଟେମ୍ବର ୭ ତାରିଖ ପୂର୍ବାହ୍ନ ୧୧ଟା ପରଠାରୁ ଆବଶ୍ୟକ ଫି’ ଦାଖଲ କରି ଡିଜିଟାଇଜ୍‌ଡ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିବାର ସୁବିଧା ମିଳିବ।

ଅନ୍ୟପକ୍ଷରେ, ଯେଉଁ ପରୀକ୍ଷାର୍ଥୀମାନେ ସଫଳ ହୋଇନାହାନ୍ତି, ସେମାନେ ସେପ୍ଟେମ୍ବର ୫ରୁ ୧୨ ତାରିଖ ମଧ୍ୟରେ ବୋର୍ଡର ୱେବସାଇଟ୍‌ରୁ ନିଜ ଓଏମ୍‌ଆର୍‌ ଉତ୍ତରଖାତା ଡାଉନଲୋଡ୍‌ କରିପାରିବେ।

Leave A Reply

Your email address will not be published.