ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ସରକାର କମାଇଲେ ପିୟୁସିସି ଜରିମାନା

0

ଭୁବନେଶ୍ବର: ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନଥିଲେ ଏଣିକି କମ୍ ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ୧୦ ହଜାର ଟଙ୍କା ଜରିମାନା ଥିବାବେଳେ ଏହାକୁ ୬ ହଜାର ଟଙ୍କାକୁ ହ୍ରାସ କରାଯାଇଛି। ବୁଧବାର ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏନେଇ ସୂଚନା ଦେଇଛନ୍ତି।

ନୂଆ ନିୟମ ଅନୁସାରେ, ଦୁଇ ଓ ତିନିଚକିଆ ଯାନ ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ୧ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ କଲେ ୨ ହଜାର ଟଙ୍କା ଜରିମାନା ହେବ। ସେହିପରି କାର୍‌, ଟ୍ରାକ୍ଟର ଆଦି ଯାନ ପାଇଁ ପ୍ରଥମ ଉଲ୍ଲଂଘନରେ ୨ ହଜାର ଓ ଦ୍ୱିତୀୟ ଉଲ୍ଲଂଘନରେ ୫ ହଜାର ଟଙ୍କା ଦେବାକୁ ପଡ଼ିବ। ଅନ୍ୟାନ୍ୟ ଯାନ କ୍ଷେତ୍ରରେ ପ୍ରଥମ ଥର ୩ ହଜାର ଏବଂ ଦ୍ୱିତୀୟ ଥର ୬ ହଜାର ଟଙ୍କା ଜରିମାନା ରହିବ। ଏହାସହ ୯୦ ଦିନରୁ ଅଧିକ ସମୟ ଧରି ଇ-ଚାଲାଣ ବକେୟା ଥିଲେ ସମ୍ପୃକ୍ତ ଯାନର ପିୟୁସିସି କରାଯାଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ୨୦୧୯ ମସିହାରେ ପିୟୁସିସି ଉଲ୍ଲଂଘନ ପାଇଁ ଜରିମାନା ବ୍ୟବସ୍ଥା ଲାଗୁ ହୋଇଥିଲା।

Leave A Reply

Your email address will not be published.