ପ୍ରମୁଖ ଖବର

ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍‌ ସିଟି ଓ ମୋଟୋରସ୍ପୋର୍ଟସ୍‌ ସିଟି, ଆସିବ ଫର୍ମୁଲା-୧ ରେସ୍‌
ସତ୍ୟେନ୍ଦ୍ର ଜୈନ୍‌ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ

ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ

0

ପାଟନା: ଲଗାତାର ବଢ଼ୁଛି ନଦୀର ଜଳସ୍ତର। ଗଙ୍ଗା, ସୋନ, ପୁନପୁନ ଓ ଦର୍ଧା ନଦୀର ପାଣି ବଢ଼ିବା ପରେ ପାଟନା ଜିଲ୍ଲାରେ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି। ବନ୍ୟାର ପ୍ରଭାବ ଏବେ ଦିଆରା କିମ୍ବା ଗ୍ରାମାଞ୍ଚଳରେ ସୀମିତ ନାହିଁ। ସହରର ବିଭିନ୍ନ ଅଞ୍ଚଳକୁ ମଧ୍ୟ ପାଣି ପଶିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ଦାନାପୁର, ମାନେର, ମୋକାମା ଓ ବଖତିୟାରପୁରର ଅନେକ ଅଞ୍ଚଳର ବାସିନ୍ଦାଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଦିଘାର ବିନ୍ଦ ଟୋଲିରେ ବନ୍ୟାପାଣି ପ୍ରବେଶ କରିବାରୁ ଅନେକ ଘର ଜଳମଗ୍ନ ହୋଇଛି। ପ୍ରାୟ ୧,୫୦୦ ପରିବାର ଜେପି ଗଙ୍ଗା ପଥରେ ପ୍ଲାଷ୍ଟିକ୍ ତମ୍ବୁ ତଳେ ଦିନ କାଟୁଥିବା ବେଳେ ଖାଦ୍ୟ ଓ ପାନୀୟ ଜଳର ଅଭାବ ସେମାନଙ୍କ ସମସ୍ୟାକୁ ଆହୁରି ବଢ଼ାଇଛି। ବନ୍ୟାପାଣି ଯୋଗୁଁ ପାଟନା ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଶହ ଶହ ଏକର ଧାନ ଓ ମକା ଫସଲ ନଷ୍ଟ ହୋଇଛି। ଅନେକ ଗ୍ରାମୀଣ ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହେବାରୁ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ବହୁ ପରିବାର ଘରେ ଫସିଥିବା ବେଳେ ଅନେକ ଲୋକ ଉଚ୍ଚସ୍ଥାନ, ରେଳ ଷ୍ଟେସନ, ସ୍କୁଲ ଓ ରାସ୍ତାକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରୁଛନ୍ତି।

ମାନେରର ଇସଲାମଗଞ୍ଜ ଗ୍ରାମ ଗଙ୍ଗା ଓ ସୋନ ନଦୀ ମଧ୍ୟରେ ଥିବାରୁ ଚାରିଆଡ଼େ ପାଣି ଘେରି ରହିଛି। ଫଳରେ ଅଞ୍ଚଳଟି ପ୍ରାୟ ଏକ ଦ୍ୱୀପରେ ପରିଣତ ହୋଇଛି। ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ରୋଷେଇ କରିବା ସହ ଦୈନନ୍ଦିନ ଆବଶ୍ୟକତା ପୂରଣରେ ମଧ୍ୟ ଅସୁବିଧା ଭୋଗୁଛନ୍ତି। ମୋକାମା ଦିଆରା ଅଞ୍ଚଳରେ ମଧ୍ୟ ଗଙ୍ଗାପାଣି ପଶିଛି। ଶିବନାର ପଞ୍ଚାୟତ ଅଧୀନ ଜଞ୍ଜିରା ଦିଆରା ଓ କସାହା ଦିଆରାର ପାଞ୍ଚଟି ଗାଁ ପ୍ରଭାବିତ ହୋଇଛି। ଜଞ୍ଜିରା ଦିଆରାର ୧୫୦ରୁ ଅଧିକ ଲୋକ ଗୋରୁଗାଈଙ୍କୁ ସାଙ୍ଗରେ ନେଇ ମୋକାମା ବ୍ଲକ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଆବଶ୍ୟକତା ତୁଳନାରେ ରିଲିଫ୍ ବ୍ୟବସ୍ଥା ଯଥେଷ୍ଟ ନୁହେଁ। ଧନରୁଆ ବ୍ଲକର ବୀର ଅଞ୍ଚଳରେ ସ୍ଥିତି ଆହୁରି ଚିନ୍ତାଜନକ ହୋଇଛି। ଦର୍ଧା ନଦୀର ଜଳସ୍ତର ବଢ଼ିବା ମଧ୍ୟରେ ମହୁଆତାଡ ନିକଟରେ ବନ୍ଧର ପ୍ରାୟ ୨୦ରୁ ୨୫ ଫୁଟ ଅଂଶ ଭାଙ୍ଗିଯାଇଛି। ଏହାଦ୍ୱାରା ପ୍ରାୟ ୩୦ଟି ଘରେ ପାଣି ପଶିଥିବା ବେଳେ ଆଖପାଖ ଅଞ୍ଚଳର ଚାଷଜମି ମଧ୍ୟ ଜଳମଗ୍ନ ହୋଇଛି। ବାଧ୍ୟ ହୋଇ ଗ୍ରାମବାସୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି।

Leave A Reply

Your email address will not be published.