ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର

0

ନ୍ୟୁଜ ବ୍ୟୁରୋ: ଅଗ୍ନି ନିରାପତ୍ତା ନିୟମ ପାଳନ ନକରୁଥିବା ପ୍ରତିଷ୍ଠାନ ବିରୋଧରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ କଡ଼ା ପଦକ୍ଷେପ ନେବାକୁ ଯାଉଛି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ମାସେ ବ୍ୟାପୀ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଚାଲିବ। ‘ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା’ ବାର୍ତ୍ତାକୁ ନେଇ ହେବାକୁ ଥିବା ଏହି ଅଭିଯାନରେ ବିଶେଷକରି ଅଧିକ ବିପଦପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ନଜର ରହିବ। ଚଳିତ ୨୦୨୬ରେ ଏପର୍ଯ୍ୟନ୍ତ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ ନେଇ ୮୦୦ରୁ ଅଧିକ ନୋଟିସ୍‌ ଜାରି ହୋଇଛି। ନିକଟରେ ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ନଥିବା କେତେକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଘଟିବା ପରେ ବିଭାଗ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ଜୋରଦାର କରିବ।
ଅଗ୍ନି ନିରାପତ୍ତା ନିୟମ ଅଧୀନରେ ଆସୁଥିବା ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ହୋଟେଲ, ସିନେମା ହଲ୍‌, ସପିଂ ମଲ୍‌, ଅଫିସ୍‌ ଓ ବ୍ୟବସାୟିକ କୋଠା, କାରଖାନା, ଗୋଦାମ ଏବଂ ଉଚ୍ଚ ଅଟ୍ଟାଳିକା ଆଦିରେ ଯାଞ୍ଚ କରାଯିବ। ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା ପ୍ରତିଷ୍ଠାନ ପାଇଁ ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ରହିବା ବାଧ୍ୟତାମୂଳକ। ବିଭାଗ ପକ୍ଷରୁ ମାଲିକ, ଦଖଲକାରୀ ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ ନିୟମ ଅନୁସାରେ ସମସ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି। ଅଗ୍ନିକାଣ୍ଡରେ ଜୀବନ ଓ ସମ୍ପତ୍ତିହାନି ରୋକିବା ସହ ବିକାଶ ସହିତ ସୁରକ୍ଷାକୁ ଗୁରୁତ୍ୱ ଦେବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ।

Leave A Reply

Your email address will not be published.