ନ୍ୟୁଜ ବ୍ୟୁରୋ: ଅଗ୍ନି ନିରାପତ୍ତା ନିୟମ ପାଳନ ନକରୁଥିବା ପ୍ରତିଷ୍ଠାନ ବିରୋଧରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ କଡ଼ା ପଦକ୍ଷେପ ନେବାକୁ ଯାଉଛି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ମାସେ ବ୍ୟାପୀ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଚାଲିବ। ‘ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା’ ବାର୍ତ୍ତାକୁ ନେଇ ହେବାକୁ ଥିବା ଏହି ଅଭିଯାନରେ ବିଶେଷକରି ଅଧିକ ବିପଦପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ନଜର ରହିବ। ଚଳିତ ୨୦୨୬ରେ ଏପର୍ଯ୍ୟନ୍ତ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ ନେଇ ୮୦୦ରୁ ଅଧିକ ନୋଟିସ୍ ଜାରି ହୋଇଛି। ନିକଟରେ ଫାୟାର ସେଫ୍ଟି ସାର୍ଟିଫିକେଟ୍ ନଥିବା କେତେକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଘଟିବା ପରେ ବିଭାଗ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ଜୋରଦାର କରିବ।
ଅଗ୍ନି ନିରାପତ୍ତା ନିୟମ ଅଧୀନରେ ଆସୁଥିବା ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ହୋଟେଲ, ସିନେମା ହଲ୍, ସପିଂ ମଲ୍, ଅଫିସ୍ ଓ ବ୍ୟବସାୟିକ କୋଠା, କାରଖାନା, ଗୋଦାମ ଏବଂ ଉଚ୍ଚ ଅଟ୍ଟାଳିକା ଆଦିରେ ଯାଞ୍ଚ କରାଯିବ। ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା ପ୍ରତିଷ୍ଠାନ ପାଇଁ ଫାୟାର ସେଫ୍ଟି ସାର୍ଟିଫିକେଟ୍ ରହିବା ବାଧ୍ୟତାମୂଳକ। ବିଭାଗ ପକ୍ଷରୁ ମାଲିକ, ଦଖଲକାରୀ ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ ନିୟମ ଅନୁସାରେ ସମସ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି। ଅଗ୍ନିକାଣ୍ଡରେ ଜୀବନ ଓ ସମ୍ପତ୍ତିହାନି ରୋକିବା ସହ ବିକାଶ ସହିତ ସୁରକ୍ଷାକୁ ଗୁରୁତ୍ୱ ଦେବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ