ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ

0

ନ୍ୟୁଜ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗୁଜରାଟ ଓ ମହାରାଷ୍ଟ୍ର ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ବହୁ ବୃହତ୍‌ ରେଳ, ସଡ଼କ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହାସହ ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିନଟେକ୍ ଫେଷ୍ଟ-୨୦୨୬ରେ ମଧ୍ୟ ଯୋଗଦେବେ। ଗୁଜରାଟରେ ପ୍ରଧାନମନ୍ତ୍ରୀ ପ୍ରାୟ ୩୨୬ କିଲୋମିଟର ଲମ୍ବା ୱେଷ୍ଟର୍ନ ଡେଡିକେଟେଡ୍ ଫ୍ରେଟ୍ କରିଡର୍‌ (WDFC)ର ବିଭିନ୍ନ ଅଂଶକୁ ଦେଶ ପାଇଁ ସମର୍ପିତ କରିବେ। ଏଥିପାଇଁ ୨୦,୭୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଛି। ଏହା ଜେଏନ୍‌ପିଏକୁ ସିଧାସଳଖ ରେଳ ସଂଯୋଗ ଦେବା ସହ ରପ୍ତାନି-ଆମଦାନି କାର୍ଗୋ ପରିବହନକୁ ଦ୍ରୁତ କରିବ।

ମୋଦୀ ବିଭିନ୍ନ ସ୍ଥାନରୁ ମାଲବାହୀ ଟ୍ରେନ୍‌କୁ ମଧ୍ୟ ସବୁଜ ସଙ୍କେତ ଦେବେ। ଏହାଦ୍ୱାରା ଲଜିଷ୍ଟିକ୍‌ ଖର୍ଚ୍ଚ କମିବା ସହ ମୁମ୍ବାଇ ରେଳପଥ ଉପରେ ମାଲ ପରିବହନର ଚାପ ହ୍ରାସ ପାଇବ। ପ୍ରାୟ ୯,୭୦୦ କୋଟି ଟଙ୍କାର ୩ଟି ରେଳ ପ୍ରକଳ୍ପ ମଧ୍ୟ ଲୋକାର୍ପିତ ହେବ। ଏଥିରେ ବଡୋଦରା-ରତଲାମ ତୃତୀୟ ଓ ଚତୁର୍ଥ ଲାଇନ୍‌, ମିୟାଗାମ-କରଜନ-ଚୋରନ୍ଦା-ମାଲସର ଗେଜ୍‌ ପରିବର୍ତ୍ତନ ଏବଂ ବିଶ୍ୱାମିତ୍ରୀ-ଡାଭୋଇ ଡବଲିଂ ପ୍ରକଳ୍ପ ସାମିଲ ରହିଛି। ଏହାସହ ପ୍ରାୟ ୧,୭୮୦ କୋଟି ଟଙ୍କାର ୩ଟି ଜାତୀୟ ରାଜପଥ ପ୍ରକଳ୍ପ ଏବଂ ପ୍ରାୟ ୨,୬୦୦ କୋଟି ଟଙ୍କାର ଗୁଜରାଟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କିମ୍ବା ଶିଳାନ୍ୟାସ କରାଯିବ।
ମହାରାଷ୍ଟ୍ର ଗସ୍ତ ସମୟରେ ମୋଦୀ ମୁମ୍ବାଇରେ ସେପ୍ଟେମ୍ବର ୮ରୁ ୧୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଗ୍ଲୋବାଲ ଫିନଟେକ୍ ଫେଷ୍ଟ-୨୦୨୬ର ସପ୍ତମ ସଂସ୍କରଣର ଉଦ୍‌ଘାଟନ କରିବେ। ଏଥିରେ ନୀତି ନିର୍ଦ୍ଧାରକ, ନିୟାମକ, କେନ୍ଦ୍ରୀୟ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ, ଫିନଟେକ୍ କମ୍ପାନୀ, ଟେକ୍ନୋଲୋଜି କ୍ଷେତ୍ର ଓ ନିବେଶକମାନେ ଯୋଗଦେବେ। ଏଥର ଏଜେଣ୍ଟିକ୍ AI, ଟୋକେନାଇଜେସନ୍‌ ଓ କ୍ୱାଣ୍ଟମ୍‌ ପ୍ରଯୁକ୍ତି ସହ ସୁରକ୍ଷିତ ଓ ସମାବେଶୀ ଡିଜିଟାଲ ଆର୍ଥିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ରହିବ।

Leave A Reply

Your email address will not be published.