ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

୯ ଯୁବ ଆଇଏଏସଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ

0

ଭୁବନେଶ୍ୱର: ପ୍ରଶିକ୍ଷଣ ଶେଷ ପରେ ୨୦୨୪ ବ୍ୟାଚର ୯ ଜଣ ଯୁବ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତି ଅନୁସାରେ, ଅନିମେଶ ପ୍ରଧାନଙ୍କୁ ଆଠଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ ପ୍ରଜ୍ଞାନନ୍ଦନ ଗିରିଙ୍କୁ ତାଳଚେର, କସ୍ତୁରୀ ଶାହଙ୍କୁ ଭବାନୀପାଟଣା ଏବଂ ଫାବି ରାଶିଦଙ୍କୁ କୋରାପୁଟ ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି। ସେହିପରି ମୃଣାଳିକା ରାଠୋରଙ୍କୁ ରାୟଗଡ଼ା, ଶୁଭ୍ରା ପଣ୍ଡାଙ୍କୁ ଜୟପୁର, ପବନ କୁମାରଙ୍କୁ ଟିଟିଲାଗଡ଼, ଭଗତ ଶାମଲ କଲ୍ୟାଣରାଓଙ୍କୁ ପାରଳାଖେମୁଣ୍ଡି ଏବଂ ସନ୍ତୋଷ କୁମାର ପାତ୍ରଙ୍କୁ ବଣାଇଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।
ପ୍ରଶିକ୍ଷଣ ଶେଷ କରି ଫେରିଥିବା ଏହି ଅଧିକାରୀମାନେ ଏବେ ଉପଖଣ୍ଡସ୍ତରରେ ପ୍ରଶାସନିକ ଦାୟିତ୍ୱ ତୁଲାଇବେ। ଏହି ନିଯୁକ୍ତି ମାଧ୍ୟମରେ ତୃଣମୂଳ ସ୍ତରରେ ପ୍ରଶାସନିକ ଅଭିଜ୍ଞତା ହାସଲ କରିବାର ସୁଯୋଗ ପାଇବେ ନବନିଯୁକ୍ତ ଆଇଏଏସ ଅଧିକାରୀମାନେ।

Leave A Reply

Your email address will not be published.