ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ପଞ୍ଜାବ-ହରିୟାଣା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ମିଶ୍ର

0

ପଞ୍ଜାବ: ପଞ୍ଜାବ ସରକାରଙ୍କ ଆପତ୍ତିକୁ ଅଣଦେଖା କରି ଜଷ୍ଟିସ ଅଶ୍ୱିନୀ କୁମାର ମିଶ୍ର ସୋମବାର ପଞ୍ଜାବ ଓ ହରିୟାଣା ହାଇକୋର୍ଟର ୩୭ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଚଣ୍ଡିଗଡ଼ସ୍ଥିତ ଲୋକ ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଜ୍ୟପାଳ ଗୁଲାବ ଚନ୍ଦ କଟାରିଆ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଜଷ୍ଟିସ ମିଶ୍ରଙ୍କ ନିଯୁକ୍ତିକୁ ନେଇ ଆପ୍ ସରକାର ଅସନ୍ତୋଷ ପ୍ରକାଶ କରିଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏହି ନିଯୁକ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କ ସହମତି ନିଆଯାଇନଥିବା ଦାବି କରି ଶପଥ ସମାରୋହରୁ ଦୂରେଇ ରହିଥିଲେ।

ତେବେ ହରିୟାଣା ରାଜ୍ୟପାଳ ପ୍ରଫେସର ଅସୀମ କୁମାର ଘୋଷ, ମୁଖ୍ୟମନ୍ତ୍ରୀ ନାଏବ ସିଂହ ସାଇନି ଏବଂ ଶିରୋମଣୀ ଅକାଳୀ ଦଳର ବିଧାୟକ ଗନିବ କୌର ଶପଥ ସମାରୋହରେ ଉପସ୍ଥିତ ଥିଲେ। ଜଷ୍ଟିସ ମିଶ୍ରଙ୍କ ନିଯୁକ୍ତି ବିରୋଧରେ ଶପଥ ଗ୍ରହଣର ଗୋଟିଏ ଦିନ ପୂର୍ବରୁ ପଞ୍ଜାବ ସରକାର ସାମ୍ବାଦିକ ସମ୍ମିଳନୀ କରିଥିଲା। ଏହାପରେ କ୍ୟାବିନେଟର ଜରୁରି ବୈଠକ ଡକାଯାଇ ନିଯୁକ୍ତି ବିରୋଧରେ ପ୍ରସ୍ତାବ ପାରିତ ହୋଇଥିଲା।

ପଞ୍ଜାବ ସରକାରଙ୍କ ସହମତି ନ ନିଆଯିବା ପର୍ଯ୍ୟନ୍ତ ଜଷ୍ଟିସ ମିଶ୍ରଙ୍କୁ ଶପଥ ନ ପାଠ କରାଇବାକୁ କ୍ୟାବିନେଟ ପକ୍ଷରୁ ଦାବି କରାଯାଇଥିଲା। ହେଲେ ସରକାରଙ୍କ ଏହି ବିରୋଧ ସତ୍ତ୍ୱେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଜଷ୍ଟିସ ମିଶ୍ର ଶପଥ ନେଇଛନ୍ତି।

Leave A Reply

Your email address will not be published.