ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର

0

ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଭୁବନେଶ୍ବର: ରାଜ୍ୟରେ କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆବଶ୍ୟକ ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ଓ ନିରାପତ୍ତା ବ୍ୟବସ୍ଥା ନଥିଲେ କୋଚିଂ ସେଣ୍ଟର ସମେତ ନିୟମ ଉଲ୍ଲଂଘନକାରୀ ପ୍ରତିଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଓଡ଼ିଶା ଫାୟାର ଆଣ୍ଡ ଇମର୍ଜେନ୍ସି ସର୍ଭିସ ପକ୍ଷରୁ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଯାଞ୍ଚ ଓ ସଚେତନତା ଅଭିଯାନ ଚାଲିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ କୋଚିଂ ସେଣ୍ଟର, ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ।

ଚଳିତ ବର୍ଷ ଫାୟାର ସେଫ୍ଟି ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରାୟ ୮୦୦ଟି ପ୍ରତିଷ୍ଠାନ ଓ କୋଠାକୁ ନୋଟିସ୍‌ ଜାରି ହୋଇଛି। ଏଥିରେ ପ୍ରାୟ ୧୦୦ଟି ଶିକ୍ଷାନୁଷ୍ଠାନ ରହିଛି। ଯାଞ୍ଚ ସମୟରେ ଫାୟାର ସେଫ୍ଟି ସାର୍ଟିଫିକେଟ୍‌, ଅଗ୍ନିନିର୍ବାପକ ଯନ୍ତ୍ର, ଫାୟାର ଆଲାର୍ମ, ସୁରକ୍ଷିତ ନିର୍ଗମନ ପଥ, ଜରୁରୀକାଳୀନ ସଙ୍କେତ ଓ ଅନ୍ୟାନ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ। ଫାୟାର ସେଫ୍ଟି ନିୟମକୁ ଅବହେଳା କରୁଥିବା ପ୍ରତିଷ୍ଠାନ ବିରୋଧରେ ନୋଟିସ୍‌, ଜରିମାନାଠାରୁ ଆରମ୍ଭ କରି ପ୍ରତିଷ୍ଠାନ ବନ୍ଦ କରିବା ପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇପାରେ।

Leave A Reply

Your email address will not be published.