ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ତାରିଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

କେନ୍ଦୁଝର: ମୁଖମନ୍ତ୍ରୀ ମୋହନ ଚରଣ ମାଝି ରବିବାର କେନ୍ଦୁଝର ଗସ୍ତରେ ଆସିଥିବା ବେଳେ ମା’ ତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ଏହାର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଘଟଗାଁ ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମା’ ତାରିଣୀଙ୍କୁ ଦର୍ଶନ କରି ତାଙ୍କ ଆଶିଷ ନେବା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ତାରିଣୀ ମନ୍ଦିରରେ ୫୦ କୋଟିର କାମ ଚାଲିଥିବା ବେଳେ ଆଉ ୫୦ କୋଟି ରବିବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ତାରିଣୀ ପୀଠକୁ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟି କେନ୍ଦୁଝର ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ପ୍ରଥମ ମା ତାରିଣୀଙ୍କୁ ଦର୍ଶନ କରିଛନ୍ତି । ଘଟଗାଁରେ ଏକ ରୋଡ ଶୋ ଯୋଗେ ମା’ଙ୍କ ଆଶିଷ ନେିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମେ ଥର ପାଇଁ ମୋହନ ମାଝୀ ତାଙ୍କ ଗାଁ ରାଇକଳା ଗସ୍ତ କରୁଥିବାରୁ ଗାଁକୁ ସଫା ଓ ସୁନ୍ଦର କରୁଛନ୍ତି ଗାଁ ଲୋକମାନେ । ଏହା ସହିତ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡା କଡି କରାଯାଇଛି ।

Leave A Reply

Your email address will not be published.