ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ତୃତୀୟ ସପ୍ତାହରେ ମାଡ଼ିଆସିବ ବଡ ବାତ୍ୟା, କେଉଁଠି ଛୁଇଁବ?

0

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଓଡ଼ିଶା ପାଇଁ ପୁଣି ଗୋଟିଏ ବାତ୍ୟା ଆଣିବ କି? ବିଭିନ୍ନ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ପରେ ଏଭଳି ଏକ ଭୟ ଏବେ ବଢିବାରେ ଲାଗିଲାଣି। ବାତ୍ୟା ‘ଗୁଲାବ’ ଟଳିଯିବା ପରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କ୍ଷେତ୍ର ଉଭୟ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜାକୁ ମାଡ଼ କରିଦେଇପାରେ ବୋଲି କୁହାଗଲାଣି।

ବିଶ୍ବର ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସ ଏବେଠାରୁ ପୂର୍ବାନୁମାନ କଲେଣି ଯେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କ୍ଷେତ୍ରଟି ବାତ୍ୟା ରୂପ ନେଇପାରେ ଓ ପୂର୍ବ ଭାରତ ଉପକୂଳକୁ ଆଖେଇବ। ଆଉ କିଛି ପାଣିପାଗ ବିଜ୍ଞାନୀ କହୁଛନ୍ତି ଯେ ଏହି ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ବେଶ୍ କିଛି ଦିନ ସମୁଦ୍ର ମଧ୍ୟରେ ବୁଲିବ ଓ ବଳ ଗୋଟାଇବ। ଏଣୁ ଏହାର ତୀବ୍ରତା କେତେ ହେବ; ଅବପାତ, ଘୂର୍ଣ୍ଣିଝଡ ରୂପ ନେବ ନା ଆଗକୁ ବଢି ଭୀଷଣ କ୍ଷତି ପହଞ୍ଚାଇବ ତାହା ଉପରେ ଏବେ ନଜର ରହିବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ମଧ୍ୟ ଏହା ଉପରେ ନଜର ରଖିଛନ୍ତି, ହେଲେ ଏହା ଓଡ଼ିଶା ଉପରେ କମ୍ ପ୍ରଭାବ ପକାଇପାରେ ବୋଲି ପୂର୍ବାନୁମାନ କରୁଛନ୍ତି।

ପ୍ରଫେସର ପଶୁପାଳକଙ୍କ କହିବା କଥା ହେଉଛି, ଅକ୍ଟୋବର ତୃତୀୟ ସପ୍ତାହରେ ଏକ ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ଧରିବା ଲାଗି ପାଗ ଅନୁକୂଳ ରହିଛି। ଏବେ ଫିଲିପାଇନ୍ସର ପଶ୍ଚିମରେ ଗଭୀର ଅବପାତ ବାତ୍ୟା ରୂପ ନେବାକୁ ଯାଉଛି। ଦକ୍ଷିଣ ଚୀନ ସାଗର ଅତିକ୍ରମ କରି ଏହା ଭିଏତନାମ ଉପକୂଳ ସ୍ପର୍ଶ କରିବ। ଏହାର ଅବଶିଷ୍ଟାଂଶ ଆସି ୯ ତାରିଖରେ ମିଆଁମାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି କରିବ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ।

ପାଣିପାଗ ବିଜ୍ଞାନୀମାନେ ଆକଳନ କରୁଛନ୍ତି ଯେ ଏହି କ୍ଷେତ୍ରଟି ବାତ୍ୟା ରୂପ ନେବା ପରେ ୧୭ ତାରିଖ ବେଳକୁ ସ୍ଥଳଭାଗକୁ ଛୁଇଁପାରେ। ଗୋପାଳପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ଅଞ୍ଚଳକୁ ଏହା ପ୍ରଭାବିତ କରିପାରେ ଓ ସେ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ଆଉ ପାଦେ ଆଗକୁ ଯାଇ ଜିଏଫ୍ଏସ୍ ମଡେଲ୍ ପୂର୍ବାନୁମାନ କରୁଛି ଯେ ଏହା ଫନି ଠାରୁ ଆହୁରି ଶକ୍ତିଶାଳୀ ହେବାର କ୍ଷମତା ରଖିବ। ଓ୍ବିଣ୍ଡି ମଧ୍ୟ ୧୩ ତାରିଖ ବେଳକୁ ଯେଉଁ ଚିତ୍ର ରଖୁଛି, ସେଥିରେ ଦେଖାଯାଉଛି ଯେ ବାତ୍ୟା କ୍ଷେତ୍ରଟି ବଳ ଗୋଟାଇବା ଲାଗି ଶକ୍ତି ସଂଗ୍ରହ କରୁଛି।

ଏଠାରେ ଉଲ୍ଲେଖଥାଉକି, ଅକ୍ଟୋବର ମାସ ଓଡ଼ିଶା ପାଇଁ ସବୁ ବେଳେ ବିପଜ୍ଜନକ ସାବ୍ୟସ୍ତ ହୋଇଆସୁଛି। ମହାବାତ୍ୟା ଅକ୍ଟୋବରରେ କେବଳ ହୋଇଥିଲା ତା ନୁହେଁ, ଫାଇଲିନ୍, ହୁଡହୁଡ୍ ଆଦି ବି ଓଡ଼ିଶା ପାଇଁ ବିପଦ ଆଣି ଆସିଥିଲେ।

Leave A Reply

Your email address will not be published.