ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଦୁର୍ଗାପୂଜା ପୂର୍ବରୁ ଚାଲିଗଲେ ରାବଣ

0

ମୁମ୍ବାଇ: ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଧରାପୃଷ୍ଠକୁ ଅବତରଣ କରିବେ ମା’ ଦୁର୍ଗା। ଦଶହରାରେ ପୂଜା ପାର୍ବଣ ମାହୋଲ ପରେ ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ରାବଣ ପୋଡି କରିବାର ପରମ୍ପରା ରହିଛି। କିନ୍ତୁ ରାବଣ ପୋଡି ପୂର୍ବରୁ ପରପାରିକୁ ଚାଲିଗଲେ ଟିଭି ପରଦାର ରାବଣ। ଯେବେ ଯେବେ ରାବଣର କଥା ମନକୁ ଆସେ;। ୮୦ଓ ୯୦ ଦଶକର ପିଲାଙ୍କ ଆଖିରେ ନାଚି ଯାଏ କଳା ଧଳା ଟିଭିର ରାମାୟଣରେ ଗର୍ଜୁଥିବା ରାବଣର ଚେହେରା।

ହେଲେ ଛୋଟ ବେଳୁ ମନର ଛାପ ରହିଥିବା ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ର ରାବଣଙ୍କ ପରଲୋକ ହୋଇଛି। ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ ୮୨ ବର୍ଷ ବୟସରେ ଆଖିବୁଜିଛନ୍ତି। ଦୀର୍ଘଦିନଧରି ଅରବିନ୍ଦ ଅସୁସ୍ଥ ଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଦୃହଘାତରେ ସେ ଆଖିବୁଜିଛନ୍ତି। ଅରବିନ୍ଦଙ୍କ ପୁତୁରା କୌସ୍ତୁଭ ତ୍ରିବେଦୀ ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି। ଆଜି ମୁମ୍ବାଇର ଦହାନୁକରୱାଡିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଅରବିନ୍ଦ ତ୍ରିବେଦୀ ରାମାୟଣର ରାବଣ ଭୂମିକାରେ ଉଚ୍ଚକୋଟିର ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ସମଗ୍ର ଭାରତ ବର୍ଷରେ ଘରେ ଘରେ ପରିଚିତ ହୋଇଥିଲେ ଅରବିନ୍ଦ। ରାମାୟଣ ସହ ‘ବିକ୍ରମ ବେତାଳ’ ଧାରାବାହିକରେ ମଧ୍ୟ ସେ ଛାଇ ରହିଥିଲେ।

ମଧ୍ୟପ୍ରଦେଶର ଉଜ୍ଜୟନୀ ସହରରେ ଜନ୍ମଗ୍ରହଣ କରିଥିବା ଅରବିନ୍ଦ ଗୁଜୁରାଟୀ ଫିଲ୍ମରେ ବି ନିଖୁଣ ଅଭିନୟର ଛାପ ଛାଡିଥିଲେ। ପ୍ରାୟ ୩୦୦ ଗୁଜୁରାଟୀ ଓ ହିନ୍ଦୀ ସିନେମାରେ ଅଭିନୟ କରି ନିଜର ଦକ୍ଷତାର ପ୍ରମାଣ ଦେଇଥିଲେ। ସେ ତାଙ୍କ କ୍ୟାରିୟର ଶୁଭାରମ୍ଭ ଗୁଜୁରାଟୀ ରଙ୍ଗମରୁ ଆରମ୍ଭ କରିଥିଲେ ଓ ତାଙ୍କର
ଦମଦାର ଅଭିନୟ ପାଇଁ ଅନେକ ପୁରସ୍କାରରେ ସମ୍ମାନୀତ ମଧ୍ୟ ହୋଇଛନ୍ତି। ୨୦୦୨ରେ ତାଙ୍କ ସେଣ୍ଟ୍ରାଲ ବୋର୍ଡ ଫର୍ ଫିଲ୍ମ ସାର୍ଟିଫିକେସନର କାର୍ଯ୍ୟକାରୀ
ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ୧୯୯୧ରେ ଭାରତୀୟ ଜନତା ପାର୍ଟି ଟିକେଟରେ ସେ ଥରୁଟିଏ ସାଂସଦ ମଧ୍ୟ ହୋଇଥିଲେ।

ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଅରବିନ୍ଦଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସମୟରେ ଗୁଜବ ପ୍ରଚାର ହୋଇଥିଲା। ଗତ ମେ ମାସରେ ଅରବିନ୍ଦଙ୍କ ଦେହାନ୍ତ ନେଇ ଗୁଜବ
ପ୍ରଚାର ହୋଇଥିବା ବେଳେ ତାଙ୍କ ପୁତୁରା ଏହାକୁ ଖଣ୍ଡନ କରିଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ସେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି ।

Leave A Reply

Your email address will not be published.