ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଦୁର୍ଗାପୂଜା ପୂର୍ବରୁ ଚାଲିଗଲେ ରାବଣ

0

ମୁମ୍ବାଇ: ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଧରାପୃଷ୍ଠକୁ ଅବତରଣ କରିବେ ମା’ ଦୁର୍ଗା। ଦଶହରାରେ ପୂଜା ପାର୍ବଣ ମାହୋଲ ପରେ ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ରାବଣ ପୋଡି କରିବାର ପରମ୍ପରା ରହିଛି। କିନ୍ତୁ ରାବଣ ପୋଡି ପୂର୍ବରୁ ପରପାରିକୁ ଚାଲିଗଲେ ଟିଭି ପରଦାର ରାବଣ। ଯେବେ ଯେବେ ରାବଣର କଥା ମନକୁ ଆସେ;। ୮୦ଓ ୯୦ ଦଶକର ପିଲାଙ୍କ ଆଖିରେ ନାଚି ଯାଏ କଳା ଧଳା ଟିଭିର ରାମାୟଣରେ ଗର୍ଜୁଥିବା ରାବଣର ଚେହେରା।

ହେଲେ ଛୋଟ ବେଳୁ ମନର ଛାପ ରହିଥିବା ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ର ରାବଣଙ୍କ ପରଲୋକ ହୋଇଛି। ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ ୮୨ ବର୍ଷ ବୟସରେ ଆଖିବୁଜିଛନ୍ତି। ଦୀର୍ଘଦିନଧରି ଅରବିନ୍ଦ ଅସୁସ୍ଥ ଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଦୃହଘାତରେ ସେ ଆଖିବୁଜିଛନ୍ତି। ଅରବିନ୍ଦଙ୍କ ପୁତୁରା କୌସ୍ତୁଭ ତ୍ରିବେଦୀ ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି। ଆଜି ମୁମ୍ବାଇର ଦହାନୁକରୱାଡିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଅରବିନ୍ଦ ତ୍ରିବେଦୀ ରାମାୟଣର ରାବଣ ଭୂମିକାରେ ଉଚ୍ଚକୋଟିର ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ସମଗ୍ର ଭାରତ ବର୍ଷରେ ଘରେ ଘରେ ପରିଚିତ ହୋଇଥିଲେ ଅରବିନ୍ଦ। ରାମାୟଣ ସହ ‘ବିକ୍ରମ ବେତାଳ’ ଧାରାବାହିକରେ ମଧ୍ୟ ସେ ଛାଇ ରହିଥିଲେ।

ମଧ୍ୟପ୍ରଦେଶର ଉଜ୍ଜୟନୀ ସହରରେ ଜନ୍ମଗ୍ରହଣ କରିଥିବା ଅରବିନ୍ଦ ଗୁଜୁରାଟୀ ଫିଲ୍ମରେ ବି ନିଖୁଣ ଅଭିନୟର ଛାପ ଛାଡିଥିଲେ। ପ୍ରାୟ ୩୦୦ ଗୁଜୁରାଟୀ ଓ ହିନ୍ଦୀ ସିନେମାରେ ଅଭିନୟ କରି ନିଜର ଦକ୍ଷତାର ପ୍ରମାଣ ଦେଇଥିଲେ। ସେ ତାଙ୍କ କ୍ୟାରିୟର ଶୁଭାରମ୍ଭ ଗୁଜୁରାଟୀ ରଙ୍ଗମରୁ ଆରମ୍ଭ କରିଥିଲେ ଓ ତାଙ୍କର
ଦମଦାର ଅଭିନୟ ପାଇଁ ଅନେକ ପୁରସ୍କାରରେ ସମ୍ମାନୀତ ମଧ୍ୟ ହୋଇଛନ୍ତି। ୨୦୦୨ରେ ତାଙ୍କ ସେଣ୍ଟ୍ରାଲ ବୋର୍ଡ ଫର୍ ଫିଲ୍ମ ସାର୍ଟିଫିକେସନର କାର୍ଯ୍ୟକାରୀ
ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ୧୯୯୧ରେ ଭାରତୀୟ ଜନତା ପାର୍ଟି ଟିକେଟରେ ସେ ଥରୁଟିଏ ସାଂସଦ ମଧ୍ୟ ହୋଇଥିଲେ।

ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଅରବିନ୍ଦଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସମୟରେ ଗୁଜବ ପ୍ରଚାର ହୋଇଥିଲା। ଗତ ମେ ମାସରେ ଅରବିନ୍ଦଙ୍କ ଦେହାନ୍ତ ନେଇ ଗୁଜବ
ପ୍ରଚାର ହୋଇଥିବା ବେଳେ ତାଙ୍କ ପୁତୁରା ଏହାକୁ ଖଣ୍ଡନ କରିଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ସେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି ।

Leave A Reply

Your email address will not be published.