ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ପ୍ରମିଳା ପାରିଲେ, ପଦ୍ମିନୀ ହାରିଲେ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀ ବିଶ୍ୱାସ କରିଛନ୍ତି । ଏତେ ଯେ କେବଳ ମୁଖ୍ୟମନ୍ତ୍ରୀ କହିଲେ ବୋଲି ତାଙ୍କୁ ବିଶ୍ୱାସରେ ଭୋଟ ଅଜାଡି ଦେଲେ । ପ୍ରାଣାନ୍ତକ ଉଦ୍ୟମ କରି ବି ରାଜ୍ୟରେ ବିଜେପିି ସରକାର କରିବା ତ ଦୂରର କଥା ମ୍ୟାଜିକ୍‍ ନମ୍ୱରର ଅଧା ଆସନ ବି ଦଖଲ କରିପାରିଲା ନାହିଁ । ୧୧୨ଟି ଆସନରେ ବିଜେଡି ଜିତିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଜେପୁର ଛାଡିବା ପରେ ବିଧାନସଭାରେ ଦଳର ଆସନ ସଂଖ୍ୟା ୧୧୧ ହୋଇଛି।
କିନ୍ତୁ ଶନିବାର ବିଧାନସଭାରେ ହସ୍ତତନ୍ତ ଓ ବୟନ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପ୍ରଦର୍ଶନ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଏମିତି ଉତ୍ତରଦାୟିତ୍ୱ ନିଭାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭରସା କରାଯାଇଥିଲା । ଯେଉଁ ମନ୍ତ୍ରୀ ବିଧାନସଭାରେ ଧାଡିଟିଏ କହିପାରୁନାହାନ୍ତି, ତାଙ୍କୁ ସାମ୍ନାରେ ରଖି ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶର ସ୍ୱପ୍ନ ଦେଖାଉଛନ୍ତି । ସରକାରରେ ଆଉ କୌଣସି ଦକ୍ଷ ଲୋକ ନାହାନ୍ତି ନା ସୁପ୍ରିମୋଙ୍କର ଭରସା ପାଉନାହିଁ । କେଉଁ ପରିସ୍ଥିତିରେ ପଦ୍ମିନୀଙ୍କ ଭଳି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଗରିବ ଖଟିଖିଆଙ୍କ ସ୍ୱାର୍ଥ ସମ୍ୱଳିତ ତଥା ହସ୍ତତନ୍ତ, ବୟନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ଦାୟିତ୍ୱ ଦେଇଛନ୍ତି । ଏମିତି ପ୍ରଶ୍ନ ସବୁ ରାଜରାସ୍ତାରେ ଆଲୋଚନାର ବିଷୟ ହୋଇଛି ।

ମନ୍ତ୍ରୀଙ୍କ ବିଫଳତାର ବୋଝ ଖୋଦ୍‍ ପଦ୍ମିନୀ ଦିଆନଙ୍କୁ ଯେତିକି ଯାଉନି, ମୁଖ୍ୟମନ୍ତ୍ରୀ ସେତିକି ଅଧିକ ମୁଣ୍ଡାଇଛନ୍ତି । ଖୋଦ୍‍ ବିଜେଡି ନେତାମାନେ ମନ୍ତ୍ରୀଙ୍କ ପ୍ରଦର୍ଶନ ଦେଖି ତାଜୁବ । ଓଡ଼ିଶାରେ ରହି ଧାଡିଏ ଓଡ଼ିଆରେ କହିନପାରିବା ସତ୍ତ୍ୱେ ନବୀନ କିଭଳି ତାଙ୍କୁ ମନ୍ତ୍ରୀ ପଦ ଦାୟିତ୍ୱ ଦେଲେ ତାହା ଏବେ ସମସ୍ତଙ୍କୁ ତାଜୁବ କରିଛି । କେବଳ ସେତିକି ନୁହେଁ, ବିରୋଧୀ ଜାଣିଗଲେଣି ଯେ ଏଭଳି ଦୁର୍ବଳ କାର୍ଡକୁ ଧରି ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକଙ୍କୁ ହଲାପଟା କରିହେବ ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛିି, ବାଚସ୍ପତି କାଲି ସଂପୃକ୍ତ ମନ୍ତ୍ରୀଙ୍କୁ ମାଆ ଲୋ ବୋଲି କହି ଆଶ୍ୱାସନା ଦେବା ପରିବର୍ତେ ତାଗିଦ କରିବା ଆବଶ୍ୟକ ଥିଲା । ସମ୍ଭବତଃ ଏମିତି ହୋଇଥିଲେ ସେ ଆସନ୍ତା ଥର ପ୍ରଶ୍ନୋତ୍ତର ସାମ୍‍୍ନା କରିବା ଲାଗି କୌଣସି ଦ୍ୱନ୍ଦ୍ୱରେ ପଡିନଥାନ୍ତେ ।

ଶନିବାର ବିଧାନସଭାରେ ଦୁଇ ଦୁଇଟି ପ୍ରଶ୍ନ ସାମ୍ନା କରିଥିଲେ ମନ୍ତ୍ରୀ । ହେଲେ ଥତମତ ହୋଇ ମୂଳ ଉତ୍ତରଟି ପଢିବା ପରିବର୍ତେ ଅନ୍ୟ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ । ଆସ୍କା ସାଂସଦ ପ୍ରମିଳା ବିଶୋଇ ଅପାଠୁଆ ବୋଲି କୁହାଯାଉଥିଲା। ରାଜ୍ୟର ମୁଣ୍ଡ ନଇଁଯିବ ବୋଲି କେହି କେହି ଟିପ୍ପଣୀ ଦେଇଥିଲେ । ହେଲେ ପଦ୍ମିନୀଙ୍କ ଠାରୁ ଢେର୍‍ ଉଚ୍ଚରେ ଅଛନ୍ତି ପ୍ରମିଳା । ସଂସଦରେ ସେ ନିଜର ପ୍ରଥମ ବକ୍ତବ୍ୟ ଦେଇସାରିଲେଣି । ଅଥଚ ଏଠି ପଦ୍ମିନୀ ପାରିଲେନି । ଓଡ଼ିଶା ବିଧାନସଭାର ଅନ୍ୟ ମହିଳା ବିଧାୟକମାନେ ମଧ୍ୟ ଆଲୋଚନାରେ ଭାଗ ନେଇସାରିଲେଣି ।

ଉଲ୍ଲେଖଯୋଗ୍ୟ, ମନ୍ତ୍ରୀ ଭାବେ ସବୁ ସୁବିଧା ଏବେ ପଦ୍ମିନୀ ଉପଭୋଗ କରୁଛନ୍ତି । ଏତେ ସବୁ ସୁବିଧା ସୁଯୋଗକୁ ହାତେଇବାରେ ଆଦୌ ଦ୍ୱିଧା ପ୍ରକାଶ କରୁନଥିବା ଜଣେ ମନ୍ତ୍ରୀ ମୂଳ କାମକୁ ଭୁଲିଯିବେ । ଏମିତିରେ ସେ ବିଭାଗ ଚାଲିଛି କେମିତି ।


			
Leave A Reply

Your email address will not be published.