ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଏଠାରେ ମାଆଙ୍କ ପୂଜା ଟିକେ ନିଆରା…

0

ଭୁବନେଶ୍ୱର: ପାଶ୍ଚାତ୍ୟ ସଂସ୍କୃତି ଓ ସଙ୍କେତ ତୃଣମୂଳ ଯାଏ ଭେଦି ଗଲାଣି। ବ୍ୟବସ୍ଥା କେତେ ଆଗକୁ ଗଲାଣି। ଶିକ୍ଷା ଶତ ପ୍ରତିଶତ ଲୋକଙ୍କୁ ଛୁଇଁ ନାହିଁ ସତ। କିନ୍ତୁ ସାମାଜିକ ବିଧି ବ୍ୟବସ୍ଥା ଓ ସରକାରୀ ସଚେତନତା କିଛି କମ୍‍ ନାହିଁ। ହେଲେ ଆଜି ବି ଓଡ଼ିଶାର ଏମିତି ଅନେକ ମନ୍ଦିର ରହିଛି, ଯେଉଁଠି ବେଳେ ବେଳେ ବିଶ୍ୱାସ ଏତେ ଅନ୍ଧ ଭାବରେ ଲୋକେ ମାନିନେଉଛନ୍ତି ଯେ ବାସ୍ତବତା କାହିଁ କେତେ ପାହୁଣ୍ଡ ପଛରେ ରହିଯାଉଛି। ଏମିତି ଏକ ମନ୍ଦିର ରହିଛି ରାୟଗଡାରେ, ଯେଉଁଠାରେ ମନସ୍କାମନା ପୂରଣ ପାଇଁ ଦିଶାରିକୁ ଲୋକେ କାହିଁ କେତେ ବିଶ୍ୱାସ କରନ୍ତି

ରାୟଗଡା ଜିଲ୍ଲାର ମୁନିଗୁଡା ସହର ନିକଟରେ ରହିଛି ମାଆ ବନଦୁର୍ଗାଙ୍କ ପୀଠ। ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି, ମାଆ ଏହି ପୀଠର ପ୍ରତ୍ୟକ୍ଷ ଦେବୀ।ମାଆଙ୍କ ଆର୍ବିଭାବର କାହାଣୀ ଯେପରି ଅଲୌକିକ ତାଙ୍କ ପୂଜାବିଧି ମଧ୍ୟ ସେହିପରି ସ୍ୱତନ୍ତ୍ର। ଚାଉଳ ଫିଙ୍ଗିଲେ ଭକ୍ତର ସମସ୍ତ ମନୋକାମନା ପୂରଣ ହୋଇଯାଏ ବୋଲି ଏଠାରେ ବିଶ୍ୱାସ ରହିଛି।

ମନ୍ଦିରର ପଛ ଭାଗରେ ବୁଢ଼ା ଭୈରବ ପୂଜା ପାଉଛନ୍ତି।। ମାଆଙ୍କ ସାଜସଜ୍ଜା ଓ ପୂଜାବିଧି ବେଶ ଆକର୍ଷଣୀୟ। ହେଲେ ମାଆଙ୍କ ଅପେକ୍ଷା ଦିଶାରିର ପ୍ରଭାବ ଏଠାରେ ଟିକେ ବେଶୀ ବାରି ହୋଇପଡେ। ପ୍ରଥମେ ମାଆଙ୍କ ପୂଜାରୀ ପୋଷାକ ଅଳଙ୍କାର ପିନ୍ଧି ମନ୍ଦିରକୁ ଆସିଥାଏ। ଲୋକ ମୁଖରୁ ଜଣାଯାଏ ପୂଜାରୀ ଜଣକ ମାଆଙ୍କ ମୂର୍ତ୍ତିିର ମୁଣ୍ଡ ଉପରେ ତିନି ଗୋଟି ମନ୍ଦାର ଫୁଲ ରଖିଦିଏ। ନିଜ ଭକ୍ତିରେ ଯେତେବେଳେ ମାଆଙ୍କୁ ସନ୍ତୁଷ୍ଟ କରେ ସେତେବେଳେ ମନ୍ଦାର ଫୁଲ ଖସେ।ଏହି ଫୁଲ ନଖସିବା ପର୍ଯ୍ୟନ୍ତ କୌଣସି ପୂଜାବିଧି ଅନୁଷ୍ଠିତ ହୁଏନାହିଁ। ଫୁଲ ପଡିବା ପରେ ମାଆ ପୂଜାରୀ ଦେହକୁ ପ୍ରବେଶ କରିଥାନ୍ତି। ତାଙ୍କୁ ସେବକମାନେ ଧୂପ,ଦୀପ,ନୈବେଦ୍ୟ ତିନିଗୋଟି ବେଲପତ୍ର ମାଳ ଅର୍ପଣ କରିବା ସହ ଗୋଟିଏ ମିଠା ପାନ ଖାଇବାକୁ ଦେଇଥାନ୍ତି। ସେ ଯାଇ ମାଆଙ୍କ ସିଂହାସନରେ ଉପବେଶନ କରିଥାଆନ୍ତି।

Leave A Reply

Your email address will not be published.