ପ୍ରମୁଖ ଖବର

ପାଟଣାଗଡ଼ ପାର୍ସଲ ବୋମା ମାମଲା: ପୁଞ୍ଜିଲାଲ୍ ଦୋଷୀ, ମରିବା ଯାଏଁ ଜେଲ୍‌, ୧.୪ ଲକ୍ଷ ଟଙ୍କା ଜରିମାନା
ପୁରୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ; ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ
ଧାନର ଏମଏସ୍‌ପି ୬୯ ଟଙ୍କା ବଢ଼ାଇଲେ କେନ୍ଦ୍ର ସରକାର
ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ: ୫ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରର ଓ ଜଣେ ଖୋର୍ଦ୍ଧା ଅଞ୍ଚଳର, ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା।
ପୁଣି ଜଣକୁ ଦଳିଦେଲା ଆମ ବସ୍‌: ଖଣ୍ଡଗିରିରେ ରାସ୍ତାରୋକ ଭାଙ୍ଗିଦେଲେ ୮ ବସ୍‌
କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବକୁ ମୋହର; ବେସାମରିକ ସେବାରେ ବୟସ ସୀମା ୪୨କୁ ବୃଦ୍ଧି
ପ୍ରବଳ ବର୍ଷା ନେଇ ଆଲର୍ଟ; ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ: ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି

ଏଠାରେ ମାଆଙ୍କ ପୂଜା ଟିକେ ନିଆରା…

0

ଭୁବନେଶ୍ୱର: ପାଶ୍ଚାତ୍ୟ ସଂସ୍କୃତି ଓ ସଙ୍କେତ ତୃଣମୂଳ ଯାଏ ଭେଦି ଗଲାଣି। ବ୍ୟବସ୍ଥା କେତେ ଆଗକୁ ଗଲାଣି। ଶିକ୍ଷା ଶତ ପ୍ରତିଶତ ଲୋକଙ୍କୁ ଛୁଇଁ ନାହିଁ ସତ। କିନ୍ତୁ ସାମାଜିକ ବିଧି ବ୍ୟବସ୍ଥା ଓ ସରକାରୀ ସଚେତନତା କିଛି କମ୍‍ ନାହିଁ। ହେଲେ ଆଜି ବି ଓଡ଼ିଶାର ଏମିତି ଅନେକ ମନ୍ଦିର ରହିଛି, ଯେଉଁଠି ବେଳେ ବେଳେ ବିଶ୍ୱାସ ଏତେ ଅନ୍ଧ ଭାବରେ ଲୋକେ ମାନିନେଉଛନ୍ତି ଯେ ବାସ୍ତବତା କାହିଁ କେତେ ପାହୁଣ୍ଡ ପଛରେ ରହିଯାଉଛି। ଏମିତି ଏକ ମନ୍ଦିର ରହିଛି ରାୟଗଡାରେ, ଯେଉଁଠାରେ ମନସ୍କାମନା ପୂରଣ ପାଇଁ ଦିଶାରିକୁ ଲୋକେ କାହିଁ କେତେ ବିଶ୍ୱାସ କରନ୍ତି

ରାୟଗଡା ଜିଲ୍ଲାର ମୁନିଗୁଡା ସହର ନିକଟରେ ରହିଛି ମାଆ ବନଦୁର୍ଗାଙ୍କ ପୀଠ। ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି, ମାଆ ଏହି ପୀଠର ପ୍ରତ୍ୟକ୍ଷ ଦେବୀ।ମାଆଙ୍କ ଆର୍ବିଭାବର କାହାଣୀ ଯେପରି ଅଲୌକିକ ତାଙ୍କ ପୂଜାବିଧି ମଧ୍ୟ ସେହିପରି ସ୍ୱତନ୍ତ୍ର। ଚାଉଳ ଫିଙ୍ଗିଲେ ଭକ୍ତର ସମସ୍ତ ମନୋକାମନା ପୂରଣ ହୋଇଯାଏ ବୋଲି ଏଠାରେ ବିଶ୍ୱାସ ରହିଛି।

ମନ୍ଦିରର ପଛ ଭାଗରେ ବୁଢ଼ା ଭୈରବ ପୂଜା ପାଉଛନ୍ତି।। ମାଆଙ୍କ ସାଜସଜ୍ଜା ଓ ପୂଜାବିଧି ବେଶ ଆକର୍ଷଣୀୟ। ହେଲେ ମାଆଙ୍କ ଅପେକ୍ଷା ଦିଶାରିର ପ୍ରଭାବ ଏଠାରେ ଟିକେ ବେଶୀ ବାରି ହୋଇପଡେ। ପ୍ରଥମେ ମାଆଙ୍କ ପୂଜାରୀ ପୋଷାକ ଅଳଙ୍କାର ପିନ୍ଧି ମନ୍ଦିରକୁ ଆସିଥାଏ। ଲୋକ ମୁଖରୁ ଜଣାଯାଏ ପୂଜାରୀ ଜଣକ ମାଆଙ୍କ ମୂର୍ତ୍ତିିର ମୁଣ୍ଡ ଉପରେ ତିନି ଗୋଟି ମନ୍ଦାର ଫୁଲ ରଖିଦିଏ। ନିଜ ଭକ୍ତିରେ ଯେତେବେଳେ ମାଆଙ୍କୁ ସନ୍ତୁଷ୍ଟ କରେ ସେତେବେଳେ ମନ୍ଦାର ଫୁଲ ଖସେ।ଏହି ଫୁଲ ନଖସିବା ପର୍ଯ୍ୟନ୍ତ କୌଣସି ପୂଜାବିଧି ଅନୁଷ୍ଠିତ ହୁଏନାହିଁ। ଫୁଲ ପଡିବା ପରେ ମାଆ ପୂଜାରୀ ଦେହକୁ ପ୍ରବେଶ କରିଥାନ୍ତି। ତାଙ୍କୁ ସେବକମାନେ ଧୂପ,ଦୀପ,ନୈବେଦ୍ୟ ତିନିଗୋଟି ବେଲପତ୍ର ମାଳ ଅର୍ପଣ କରିବା ସହ ଗୋଟିଏ ମିଠା ପାନ ଖାଇବାକୁ ଦେଇଥାନ୍ତି। ସେ ଯାଇ ମାଆଙ୍କ ସିଂହାସନରେ ଉପବେଶନ କରିଥାଆନ୍ତି।

Leave A Reply

Your email address will not be published.