ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ପୁଞ୍ଝରେ ଆତଙ୍କୀ-ସୁରକ୍ଷାକର୍ମୀ ମୁହାଁମୁହିଁ

0

ଜମ୍ମୁ କାଶ୍ମୀର: ପୁଞ୍ଝରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ବିମ୍ବର ଗଳିରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଜେସିଓ ସହିଦ ହୋଇଥିବା ବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଗୁରୁବାର ସନ୍ଧ୍ୟାରୁ ଜାରି ରହିଛି। ଏହା ସହିତ ରାଜୋରୀ ଓ ପୁଞ୍ଝରେ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି।

ଗତ କିଛି ଦିନ ହେବ ଆତଙ୍କୀ ଘଟଣା ବଢିବାରେ ଲାଗିଛି।ତେଣୁ ସେନା ଆତଙ୍କବାଦୀଙ୍କ ବିରୋଧରେ ଜୋରଦାର ଅପରେସନ ଆରମ୍ଭ କରିଛି। ନିକଟରେ ପୁଞ୍ଝ ଜିଲ୍ଲାରେ ସେନା ଓ ଜମ୍ମୁ କାଶ୍ମୀର ପୁଲିସ ମିଶି ଆତଙ୍କବାଦ ବିରୋଧୀ ଅପରେସନ କରିଥିଲେ। ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିଲେ ଆତଙ୍କବାଦୀ ମାନେ ଏଲଓସି ପାର କରି ଚାମେର ଜଙ୍ଗଲରେ ପହଞ୍ଚି ଯାଇଥିଲେ। ଖବର ମିଳିବା ମାତ୍ରେ ହିଁ ସୁରକ୍ଷାକର୍ମୀ ମାନେ ଆତଙ୍କବାଦୀଙ୍କୁ ଚାରିପଟୁ ଘେରିଯାଇଥିଲେ। ଆଉ ଅପରେସନ ଆରମ୍ଭ କରିଦେଇଥିଲେ।

ଏହି ଅପରେସନର ଯେଉଁ ୫ ଜଣ ଯବାନ ସହିଦ ହୋଇଥିଲେ ପୁରା ସମ୍ମାନର ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଆକ୍ରମଣରେ ସହିଦ ଯବାନ ମାନେ ହେଲେ ଜସବିନ୍ଦର ସିଂହ, ନାୟବ ସୁବେଦାର, ନାୟକ ମନଦୀପ ସିଂହ, ସିପାହୀ ଗଜନ ସିଂହ ଓ ସରଜ ସିଂହ। ଯବାନଙ୍କ ବଳିଦାନର ପ୍ରତିଶ୍ରୋଧ ନେବାକୁ ଯାଇ ୨୪ ଘଣ୍ଟା ମଧ୍ୟରେ ୬ ଜଣ ଆତଙ୍କବାଦୀଙ୍କୁ ଏନକାଉ ର କରିଥିଲେ ସେନା। ଏହି ଆତଙ୍କବାଦୀ ମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବାକୁ ଷଡଯନ୍ତ୍ର କରିଥିଲେ। ଅନନ୍ତନାଗରେ ସେନା ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ବାନ୍ଦିପୋରାରେ ଜଣେ ଓ ସୋପିଆନରେ ୪ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା।

Leave A Reply

Your email address will not be published.