ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ପୁଞ୍ଝରେ ଆତଙ୍କୀ-ସୁରକ୍ଷାକର୍ମୀ ମୁହାଁମୁହିଁ

0

ଜମ୍ମୁ କାଶ୍ମୀର: ପୁଞ୍ଝରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ବିମ୍ବର ଗଳିରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଜେସିଓ ସହିଦ ହୋଇଥିବା ବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଗୁରୁବାର ସନ୍ଧ୍ୟାରୁ ଜାରି ରହିଛି। ଏହା ସହିତ ରାଜୋରୀ ଓ ପୁଞ୍ଝରେ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି।

ଗତ କିଛି ଦିନ ହେବ ଆତଙ୍କୀ ଘଟଣା ବଢିବାରେ ଲାଗିଛି।ତେଣୁ ସେନା ଆତଙ୍କବାଦୀଙ୍କ ବିରୋଧରେ ଜୋରଦାର ଅପରେସନ ଆରମ୍ଭ କରିଛି। ନିକଟରେ ପୁଞ୍ଝ ଜିଲ୍ଲାରେ ସେନା ଓ ଜମ୍ମୁ କାଶ୍ମୀର ପୁଲିସ ମିଶି ଆତଙ୍କବାଦ ବିରୋଧୀ ଅପରେସନ କରିଥିଲେ। ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିଲେ ଆତଙ୍କବାଦୀ ମାନେ ଏଲଓସି ପାର କରି ଚାମେର ଜଙ୍ଗଲରେ ପହଞ୍ଚି ଯାଇଥିଲେ। ଖବର ମିଳିବା ମାତ୍ରେ ହିଁ ସୁରକ୍ଷାକର୍ମୀ ମାନେ ଆତଙ୍କବାଦୀଙ୍କୁ ଚାରିପଟୁ ଘେରିଯାଇଥିଲେ। ଆଉ ଅପରେସନ ଆରମ୍ଭ କରିଦେଇଥିଲେ।

ଏହି ଅପରେସନର ଯେଉଁ ୫ ଜଣ ଯବାନ ସହିଦ ହୋଇଥିଲେ ପୁରା ସମ୍ମାନର ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଆକ୍ରମଣରେ ସହିଦ ଯବାନ ମାନେ ହେଲେ ଜସବିନ୍ଦର ସିଂହ, ନାୟବ ସୁବେଦାର, ନାୟକ ମନଦୀପ ସିଂହ, ସିପାହୀ ଗଜନ ସିଂହ ଓ ସରଜ ସିଂହ। ଯବାନଙ୍କ ବଳିଦାନର ପ୍ରତିଶ୍ରୋଧ ନେବାକୁ ଯାଇ ୨୪ ଘଣ୍ଟା ମଧ୍ୟରେ ୬ ଜଣ ଆତଙ୍କବାଦୀଙ୍କୁ ଏନକାଉ ର କରିଥିଲେ ସେନା। ଏହି ଆତଙ୍କବାଦୀ ମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବାକୁ ଷଡଯନ୍ତ୍ର କରିଥିଲେ। ଅନନ୍ତନାଗରେ ସେନା ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ବାନ୍ଦିପୋରାରେ ଜଣେ ଓ ସୋପିଆନରେ ୪ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା।

Leave A Reply

Your email address will not be published.