ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ଟପ୍ ଆତଙ୍କୀକୁ ଘେରିଲେ ସୁରକ୍ଷାକର୍ମୀ

0

ଜମ୍ମୁ କାଶ୍ମୀର: ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ। ପୁଲୱାମା ପମ୍ପୋରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ସୂଚନା ରହିଛି ଯେ, ସୁରକ୍ଷା କର୍ମୀ ମାନେ ଲସ୍କର କମାଣ୍ଡର ଉମର ମୁସ୍ତାକ ଖାଣ୍ଡେକୁ ଘେରାବନ୍ଦୀ କରିଦେଇଛନ୍ତି। ଉମର ମୁସ୍ତାକ ଟପ ଟେନ ଆତଙ୍କୀଙ୍କ ମଧ୍ୟରୁ ଜଣେ।

କାଶ୍ମୀର ଆଇଜି ବିଜୟ କୁମାରଙ୍କ ସୂଚନା ଅନୁସାରେ, ପମ୍ପୋରର ଦଙ୍ଗବଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଲସ୍କର କମାଣ୍ଡର ଉମର ମୁସ୍ତାକ ଖାଣ୍ଡେକୁ ଜମ୍ମୁ କାଶ୍ମୀର ପୁଲିସ ଘେରିଯାଇଛନ୍ତି। ମୁସ୍ତାକ କାଶ୍ମୀର ଭଗତରେ ୨ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ସମେତ ଅନେକ ଆତଙ୍କୀ ଆକ୍ରମଣରେ ସମ୍ପୃକ୍ତ ଅଛି।

ଚଳିତ ବର୍ଷ ଫେବ୍ରୁଆରିରେ ମୁସ୍ତାକ ସାକିବ ସହ ସାକ୍ଷାତ ପରେ ପୁଲିସ କର୍ମୀଙ୍କୁ ଟାର୍ଗେଟ କରିଥିଲା। ଏହି ଆତଙ୍କବାଦୀ ମାନେ ବାରାଜୁଲ୍ଲା ଅଞ୍ଚଳର ଭଗତରେ ପୁଲିସ ପାର୍ଟି ଉପରେ ଗୁଳିଚାଳନା କରିଥିଲେ। ଏଥିରେ ୨ ପୁଲିସ କର୍ମୀ ସହିଦ ହୋଇଥିଲେ। ତେବେ ଏହି ଆତଙ୍କୀ ଆକ୍ରମଣ ସିସିଟିଭିରେ କଏଦ ହୋଇଥିଲା। ଗୁଳିମାଡ଼ କରି ଆତଙ୍କୀ ଫେରାର ହୋଇଯାଇଥିଲେ। ସାକିବ ମଂଜୁର ‘ଦି ରେଜିଷ୍ଟାନ୍ସ ଫ୍ରି ’ ସହିତ ଜଡିତ। ସେ ଶ୍ରୀନଗର ବାରଜୁଲ୍ଲାର ବାଗହାଟ ଅଞ୍ଚଳର ବାସିନ୍ଦା।

ଗତ କିଛି ଦିନ ହେବ ଜମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ ବଢିଯାଇଛି। ନିକଟରେ ପୁଞ୍ଝ ଜିଲ୍ଲାରେ ସେନା ଓ ଜମ୍ମୁ କାଶ୍ମୀର ପୁଲିସ ମିଶି ଆତଙ୍କବାଦ ବିରୋଧୀ ଅପରେସନ କରିଥିଲେ। ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିଲେ। ଯବାନଙ୍କ ବଳିଦାନର ପ୍ରତିଶ୍ରୋଧ ନେବାକୁ ଯାଇ ୨୪ ଘଣ୍ଟା ମଧ୍ୟରେ ୬ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ ସେନା। ଏହି ଆତଙ୍କବାଦୀ ମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବାକୁ ଷଡଯନ୍ତ୍ର କରିଥିଲେ।

ଅନନ୍ତନାଗରେ ସେନା ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ବାନ୍ଦିପୋରାରେ ଜଣେ ଓ ସୋପିଆନରେ ୪ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା।

Leave A Reply

Your email address will not be published.