ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ସିଦ୍ଧୁ ଫେରାଇନେଲେ ଇସ୍ତଫା ପତ୍ର

0

ଚଣ୍ଡୀଗଡ: ପଞ୍ଜାବ କଂଗ୍ରେସରେ ଦୀର୍ଘ ସମୟ ଧରି ଚାଲିଆସୁଥିବା ବିବାଦର ସମାଧାନ ହୋଇଛି। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜ୍ୟୋତ ସିଂ ସିଦ୍ଧୁ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି। ଶୁକ୍ରବାର ସିଦ୍ଧୁ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ନିଜ ମନ ବଦଳାଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି।

ନବଜ୍ୟୋତ ସିଂ ସିଦ୍ଧୁ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ପରେ କହିଥିଲେ ଯେ, ସେ ନିଜର ସମସ୍ତ ସମସ୍ୟା ରାହୁଲ ଗାନ୍ଧିଙ୍କ ସହ ବାଣ୍ଟିଛନ୍ତି ଏବଂ ସବୁ ସମସ୍ୟାର
ସମାଧାନ ହୋଇଛି। ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ କହିଛନ୍ତି ଯେ, ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ କାମ କରିବେ ବୋଲି ସିଦ୍ଧୁ ରାହୁଲ ଗାନ୍ଧିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ହରିଶ ରାୱତ କହିଛନ୍ତି ଯେ, ନବଜ୍ୟୋତ ସିଂ ସିଦ୍ଧୁ କହିଛନ୍ତି ଯେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା
ଗାନ୍ଧୀ ଯାହା କହିବେ ତାଙ୍କ କଥା ପାଳନ କରିବେ ଏବଂ ଦଳ ପାଇଁ କାମ କରିବେ।

ସେପ୍ଟେମ୍ବର ୨୮ରେ ନବଜ୍ୟୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହ ମତଭେଦ ଓ ଦଳ ଭିତରେ ବିବାଦ କାରଣରୁ ଇସ୍ତଫା ଦେଇଥିଲେ।ତେବେ ଦଳର ନେତୃତ୍ୱ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିନଥିଲେ। ଦିଲ୍ଲୀରେ ବରିଷ୍ଠ ନେତାଙ୍କୁ ଭେଟିବାକୁ ତାଙ୍କୁ କୁହାଯାଇଥିଲା।

ସିଦ୍ଧୁ ଗୁରୁବାର ଏଆଇସିସି ମହାସଚିବ କେସି ବେଣୁଗୋପଳ ଓ ପଞ୍ଜାବ ପ୍ରଭାରୀ ହରିଶ ରାୱତଙ୍କୁ ସାକ୍ଷାତ କରିଥିଲେ। ଗୁରୁବାର ହୋଇଥିବା ବୈଠକରେ ନବଜ୍ୟୋତ ସିଂ ସିଦ୍ଧୁ କହିଥିଲେ ଯେ, ସେ ପଞ୍ଜାବ ଓ ପଞ୍ଜାବ କଂଗ୍ରେସ ନେଇ ତାଙ୍କର ଚିନ୍ତାଧାରାକୁ ଦଳର ହାଇକମାଣ୍ଡଙ୍କ ସମ୍ମୁଖରେ ରଖିଛନ୍ତି।ଏବଂ ତାଙ୍କୁ
ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ସେ ପଞ୍ଜାବ କଂଗ୍ରେସ ପାଇଁ ଯାହା ନିଷ୍ପତ୍ତି ନେବେ ତାହା ଭଲ ହେବ।

ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧ ସତ୍ୱେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ ହାଇକମାଣ୍ଡ। ଏହା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ଚରଣଜିତ ସିଂ ଚନ୍ନି।

Leave A Reply

Your email address will not be published.