ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

ବଦଳିଲା ରଣନୀତି: ଉତ୍ତରପ୍ରଦେଶ ପ୍ରୟୋଗଶାଳା

0
  • ମହିଳା ଭୋଟବ୍ୟାଙ୍କ ଉପରେ ଏବେ କଂଗ୍ରେସ ଦଳର ଆଖି
  • ବିଧାନସଭାରେ ୪୦ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ହେବେ
  • ଉତ୍ତରପ୍ରଦେଶରେ ପ୍ରିୟଙ୍କା ଚଳାଇଲେ ଗୋଟି, ଆଗକୁ ଅନ୍ୟ ରାଜ୍ୟରେ

ଲକ୍ଷ୍ନୌ: ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପ୍ରସ୍ତାବରେ ମୋହର ମାରିବାରେ ବିଫଳ ହୋଇଥିବା କଂଗ୍ରେସ ଏବେ ଉତ୍ତରପ୍ରଦେଶରେ ଗୋଟିଏ ନୂଆ ରାଜନୈତିକ ଗୋଟିଚାଳନା ଆରମ୍ଭ କରିଛି। ନିଜେ ଏଆଇସିସି ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଏଠାରେ କଂଗ୍ରେସର ମଙ୍ଗ ଧରିଥିବା ପରିପ୍ରେକ୍ଷୀରେ ମହିଳା ବର୍ଗଙ୍କୁ ନିଜ ଆଡକୁ ଟାଣିବା ଲାଗି ଘୋଷଣା କରିଛନ୍ତି ଯେ ୨୦୨୨ ବିଧାନସଭା ନିର୍ବାଚନରେ ଦଳ ୪୦ ପ୍ରତିଶତ ଆସନ ମହିଳାଙ୍କୁ ଦେବ। ଉତ୍ତରପ୍ରଦେଶ ରାଜନୀତିକୁ ନୂଆ ମୋଡ ବା ଦିଶା କେବଳ ମହିଳାମାନେ ଦେଇପାରିବେ ବୋଲି କହିଛନ୍ତି ପ୍ରିୟଙ୍କା। କେବଳ ସେତିକି ନୁହେଁ, ଟିକେଟ୍ ପାଇଁ ସେ ଯେଉଁ ଆବେଦନ ତାରିଖ ଘୋଷଣା କରିଥିଲେ, ତାହାକୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ପ୍ରିୟଙ୍କାଙ୍କ ଏଭଳି ଗୋଟିଚାଳନାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଗୁରୁତ୍ବର ସହିତ ନେଇଛନ୍ତି। ପୂର୍ବରୁ ବିଜୁ ଜନତା ଦଳ ଓଡ଼ିଶାରେ ଏହି କାର୍ଡ ଖେଳି ସଫଳ ହୋଇଥିବା ପରିପ୍ରେକ୍ଷୀରେ ପ୍ରିୟଙ୍କାଙ୍କ ରଣନୀତିକୁ କେହି ହାଲକା ଭାବେ ନେବାକୁ ଚାହୁଁନାହାନ୍ତି। ଉତ୍ତରପ୍ରଦେଶ ଭଳି ଗୋଟିଏ ବଡ ରାଜନୈତିକ ମଇଦାନରେ ଦଳ ଏହି କାର୍ଡ ଖେଳି ତାର ପ୍ରଭାବ ମାପୁଛି। ଯଦି ସାମାନ୍ୟ ବି ସଫଳତା ମିଳେ, ତେବେ ଅନ୍ୟ ରାଜ୍ୟରେ ଏହାର ଅନୁପାଳନ ହେବା ସମ୍ଭାବନା ଅଧିକ। ମହିଳାଙ୍କୁ ସାମ୍ନାକୁ ଆଣି ଦଳ ତାର ପୁରୁଣା ଚେହେରା ପରିବର୍ତ୍ତନ କରିବା ସହିତ ଦଳକୁ ନୂଆ ରୂପ ଦେବାରେ ସକ୍ଷମ ହୋଇପାରେ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ଗୋଟିଏ ପଟେ ଦଳ ସାଂଗଠନିକ ନିର୍ବାଚନକୁ ଯାଇ ନୂଆ ଯୁବ ନେତାଙ୍କୁ ଦାୟିତ୍ବ ଦେବା ଲାଗି ରାସ୍ତା ଖୋଲୁଥିବା ବେଳେ ଏହି ରଣନୀତି କିଛି ପରିମାଣରେ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାରେ ସକ୍ଷମ ହେବ।

ଏହି ପ୍ରସଙ୍ଗରେ ପ୍ରିୟଙ୍କା ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଆସନ୍ତା ବିଧାନସଭା ନିର୍ବାଚନରେ ୫୦ ପ୍ରତିଶତ ଆସନରେ ମହିଳାଙ୍କୁ ଟିକେଟ୍ ଦେବା ଲାଗି ଚାହୁଁଥିଲେ। ମାତ୍ର ଦଳର ଅନ୍ୟମାନଙ୍କ ସହିତ ପରାମର୍ଶ କରିବା ପରେ ଏହାକୁ ୪୦ ପ୍ରତିଶତକୁ ଖସାଇଛନ୍ତି। ପ୍ରିୟଙ୍କାଙ୍କ ଏହି ନିଷ୍ପତ୍ତି ପରିପ୍ରେକ୍ଷୀରେ ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ନିର୍ବାଚନରେ ୧୬୦ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।

ପ୍ରିୟଙ୍କା ଏହି ଅବସରରେ ଆହୁରି ସୂଚାଇଛନ୍ତି ଯେ ଏହା ଆରମ୍ଭ ମାତ୍ର। ଆସନ୍ତା ଦିନରେ ମହିଳାଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ହୋଇପାରେ। ଉତ୍ତରପ୍ରଦେଶରେ ମୁଁ ଏହା କାର୍ଯ୍ୟକାରୀ କରିବାକୁ ଯାଉଛି। ଅନ୍ୟ ରାଜ୍ୟମାନେ ଚାହିଁଲେ, ସେମାନେ ଏହାକୁ ଅନୁସରଣ କରିପାରିବେ। ଅର୍ଥାତ୍ ଅନ୍ୟ ରାଜ୍ୟମାନେ ଏହା ଉପରେ ଏବେ କସରତ କରିବା ଲାଗି ଗ୍ରିନ୍ ସିଗନାଲ ପାଇଯାଇଛନ୍ତି।

କଂଗ୍ରେସ ନେତାମାନେ ଏହାଦ୍ବାରା ତାଙ୍କ ପରିବାର ବର୍ଗଙ୍କୁ ରାଜନୀତିକୁ ଆଣିବା ଲାଗି ରାସ୍ତା ଖୋଲିଯିବ ବୋଲି ଗଣମାଧ୍ୟମ ପ୍ରଶ୍ନକୁ ଏଡାଇଯାଇ ପ୍ରିୟଙ୍କା ସ୍ପଷ୍ଟ କରିଛନ୍ତି ଯେ ଏଥିରେ କୌଣସି ଭୁଲ୍ ନାହିଁ। ବରଂ ମହିଳା ସଶକ୍ତିକରଣ ଦିଗରେ ଏହା ସହାୟକ ହୋଇପାରେ। ତେବେ ସମ୍ପୂର୍ଣ୍ଣ ଯୋଗ୍ୟତା ଆଧାରରେ ଦଳ ପ୍ରାର୍ଥୀ ଚୟନ କରିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

୪୦ ପ୍ରତିଶତ ଆସନ ମହିଳାଙ୍କ ଲାଗି ସଂରକ୍ଷଣ ସଂପର୍କରେ ପ୍ରିୟଙ୍କା ଅନେକ ଯୁକ୍ତି ରଖିଛନ୍ତି। କହିଛନ୍ତି, ଗତ ଦୁଇ ବର୍ଷ ମଧ୍ୟରେ ସେ ବିଭିନ୍ନ ଅଞ୍ଚଳକୁ ଗସ୍ତ କରିବା ବେଳେ ଛାତ୍ରୀ ଓ ମହିଳାମାନେ ସେମାନଙ୍କ ରାଜନୀତିରେ ଯୋଗଦାନ ସଂପର୍କରେ ମଧ୍ୟ ଆଭାସ ଦେଇଛନ୍ତି। କେହି କେହି ସ୍ପଷ୍ଟ ଭାବେ ତାଙ୍କୁ କହିଛନ୍ତି ଯେ ସେମାନେ ରାଜନେତା ହେବାକୁ ଚାହାଁନ୍ତି। ଜଣେ ଝିଅ ତ ସେ ପ୍ରଧାନମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା କହିଛନ୍ତି। ଯେ ପର୍ଯ୍ୟନ୍ତ ଏହି ବର୍ଗକୁ ମୁଖ୍ୟ ସ୍ରୋତକୁ ଅଣାଯିବ ନାହିଁ, ସେଯାଏ ଏଭଳି ସ୍ବପ୍ନ ସାକାର ହୋଇପାରିବ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି।

ସାମାଜିକ ସେବା, ଶିକ୍ଷାଦାନ, ଗଣମାଧ୍ୟମରେ ମହିଳାମାନେ ଅଧିକ ସଂଖ୍ୟାରେ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଛନ୍ତି। ଦୃଢ ମତ ରଖି ପ୍ରିୟଙ୍କା କହିଛନ୍ତି ଯେ ”ଆପ୍ ବଦଲାଭ ଚାହାତି ହେଁ ତୋ ଇନ୍ତେଜାର ମତ୍ କରିଏ; ଆପକି ସୁରକ୍ଷା କୋଇ ନେହି କରନେ ଓ୍ବାଲା”। ରାଜନୀତିରୁ ଘୃଣ୍ୟତା କେବଳ ମହିଳାଙ୍କ ଦ୍ବାରା ଦୂର ହୋଇପାରିବ ଓ ସେମାନେ ହିଁ ପରିବର୍ତ୍ତନ ଆଣିପାରିବେ ବୋଲି କହିଛନ୍ତି ପ୍ରିୟଙ୍କା। ମହିଳାମାନେ ରାଜନୀତିକୁ ଆସିଲେ ଜାତି ଓ ଧର୍ମ ରାଜନୀତିକୁ ବିକାଶ ରାଜନୀତିରେ ପରିଣତ କରାଯାଇପାରିବ।

ପ୍ରିୟଙ୍କା ଆହୁରି କହିଛନ୍ତି ଯେ ମୋର ସଂଗ୍ରାମ ହେଉଛି ରାଜନୀତିରେ ପରିବର୍ତ୍ତନ ଆଣିବା। ଯେଉଁମାନେ ସ୍ବର ଉତ୍ତୋଳନ କରିବାରେ ଅସମର୍ଥ, ମୁଁ ସେମାନଙ୍କ ପାଇଁ ଲଢିବି। ମାଡ଼ ମାରିବା ରାଜନୀତି ପରିବର୍ତ୍ତେ ସେବାମୂଳକ ରାଜନୀତି କରିବା ମୂଳ ଲକ୍ଷ୍ୟ ବୋଲି ସେ ମତ ରଖିଛନ୍ତି।

Leave A Reply

Your email address will not be published.