ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ବାଦଲଫଟା ବର୍ଷା ରଚିଲା ପ୍ରଳୟ

0

ନୂଆଦିଲ୍ଲୀ: ବାଦଲଫଟା ବର୍ଷା ଦେବଭୂମି ଉତ୍ତରାଖଣ୍ଡରେ ପ୍ରଳୟ ସୃଷ୍ଟି କରିଛି। ଦୀର୍ଘ ତିନି ଧରି ଲାଗି ରହିଥିବା ବର୍ଷା ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି କରିବା କାରଣରୁ ମଙ୍ଗଳବାର ରାତି ସୁଦ୍ଧା ୩୪ ଜଣଙ୍କର ପ୍ରାଣ ନେଲାଣି। ସରକାରୀ ଭାବେ କୁହାଯାଇଛି ପାଞ୍ଚ ଜଣ ନିଖୋଜ ଅଛନ୍ତି। ଘର, ପୋଲ ବ୍ୟାପକ କ୍ଷତି ଘଟିଛି। ବେସରକାରୀ ଭାବେ ଏହି ସଂଖ୍ୟା କେତେ ହେବ, ତାହା ଆକଳନ କରିବା ମୁସ୍କିଲ୍।

ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପରିସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହିତ କଥା ହୋଇଛନ୍ତି। ସମସ୍ତ ପ୍ରକାର ସହଯୋଗ ଲାଗି କେନ୍ଦ୍ର ସରକାର ଆଶ୍ବାସନା ଦେଇଛନ୍ତି। ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ଧାମି ମୃତକଙ୍କ ପରିବାର ଲାଗି ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ତିନିଟି ଆର୍ମି ହେଲକପ୍ଟର ନିୟୋଜିତ କରାଯିବ। ଯେଉଁମାନେ ଘର ହରାଇଛନ୍ତି, ସେମାନଙ୍କ ୧.୯ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପଶୁ ସଂପଦ କ୍ଷତିପୂରଣ ବି ସରକାର ଦେବେ।

୨୪ ଘଣ୍ଟା ମଧ୍ୟରେ ୫୦୦ ମିମିରୁ ଅଧିକ ବର୍ଷା ପରେ ଆଇକନିକ୍ ନୈନିତାଲ ହ୍ରଦ ଉଚ୍ଛୁଳିଥିଲା ଓ ଜଳ ସ୍ତର ରେକର୍ଡସ୍ତର ଛୁଇଁଥିଲା। କେବଳ ସେତିକି ନୁହେଁ, ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହେବା ସହିତ ଭୂସ୍ଖଳନ କାରଣରୁ ଘର, ହଷ୍ଟେଲ, ରାସ୍ତା ଗଭୀର ଭାବେ ପ୍ରଭାବିତ ହୋଇଥିଲା।

Leave A Reply

Your email address will not be published.