ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ଡିସେମ୍ବରରେ ବିବାହ କରିବେ କ୍ୟାଟ୍ରିନା!

0

ବିବାହ କରିବେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ । କ୍ୟାଟ୍ରିନା ଓ ଭିକି କୌଶଲଙ୍କ ମଧ୍ୟରେ ସଂପର୍କକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଉଭୟ ଡିସେମ୍ବରରେ ବାହା ହେବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରିକି କିଛି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ରୋକା ସମାରୋହ ହୋଇଥିବା ନେଇ ଶୁଣିବାକୁ ମିଳୁଛି।

କ୍ୟାଟ୍ରିନା ଓ ଭିକିଙ୍କ ମଧ୍ୟରେ ବିବାହ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହୋଇଛି । ଫ୍ୟାନମାନେ ଏନେଇ ବେଶ୍ ଉତ୍ସାହିତ ଅଛନ୍ତି । ସୂଚନା ଅନୁସାରେ କ୍ୟାଟ୍ରିନା ଓ ଭିକି ବିବାହରେ କଣ ପୋଷାକ ପିନ୍ଧିବେ ତାହା ମଧ୍ୟ ତିଆରି ସରିଛି । ଫ୍ୟାସନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ଡିଜାଇନର ଲେହେଙ୍ଗା କ୍ୟାଟ୍ରିନା ପିନ୍ଧିବା ନେଇ ଜଣାପଡିଛି ।

ତେବେ ଅନେକ ସମୟରେ ଦୁଇ ଜଣଙ୍କ ବିଭିନ୍ନ ଆୱାର୍ଡ ସୋ, ପୋଗ୍ରମାରେ ଦେଖିବାକୁ ମିଳେ । ନିକଟରେ ଭିକିଙ୍କ ଫିଲ୍ମ ‘ସର୍ଦ୍ଦାର ଉଧାମ’ର ସ୍କ୍ରିନିଂରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିଥିଲା । ଉଭୟ ପରସ୍ପର ଆଲିଙ୍ଗନ କରୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲ । ଏହା ପରେ ଫ୍ୟାନ ତାଙ୍କୁ ବିବାହ କରିଯିବା ନେଇ କମେଣ୍ଟ ଦେଇଥିଲେ ।

ଡିସେମ୍ବରେ ବିବାହ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଯାଏ କୌଣସି ନିଦ୍ଦିଷ୍ଟ ତାରିଖ ଚୂଡାନ୍ତ ହୋଇନାହିଁ । ତେବେ ଏହାରି ଭିତରେ କ୍ୟାଟ୍ରିନା କହିଛନ୍ତି, ମୋ ବିବାହକୁ ନେଇ ୧୫ ବର୍ଷ ହେବ ଚର୍ଚ୍ଚା ଲାଗି ରହିଛି । ହେେଏ ବାହାଘର ନେଇ କିଛି ପ୍ରସ୍ତୁତି ହୋଇନାହିଁ କୌଣସି ତାରିଖ ଠିକ କରାଯାଇନାହିଁ । ବାହାଘର ପ୍ରସ୍ତୁତି ଆରମ୍ଭ ହେଲେ ସମସ୍ତେ ଜାଣିବେ ବୋଲି କହିଛନ୍ତି କ୍ୟାଟ୍ରିନା । ସେଲିବ୍ରିଟି ମ୍ୟାନେଜର ରେଶମା ଶେଟ୍ଟୀଙ୍କ ଘରେ କ୍ୟାଟ୍ରିନା ଓ ଭିକି କୌଶଲ ପ୍ରଥମ ନଜର ଆସିଥିଲେ । ଉଭୟ ଉଭୟଙ୍କୁ ଗିଫ୍ଟ ଦେଉଥିବା ଫଟୋ ଭାଇରାଲ ହୋଇଥିଲ ।

Leave A Reply

Your email address will not be published.