ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର

ସେନାର ଏନକାଉଣ୍ଟରରେ ଟଳିଲା ଆତଙ୍କବାଦୀ

0

ଜମ୍ମୁ କାଶ୍ମୀର ବାରମୂଳାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଆତଙ୍କବାଦୀ ମାନେ ସେନା ଓ ପୁଲିସଙ୍କ ଉପରେ ଗୁଳିମାଡ଼ କରିଥିଲେ । ଏହା ପରେ ସୁରକ୍ଷାକର୍ମୀ ମାନେ ପାଲଟା ଆକ୍ରମଣ କରିଥିଲେ । ବାରମୂଳା ଚେରଦାରୀରେ ଏହି ଘଟଣା ଘଟିଛି ।

ଏନକାଉଣ୍ଟରରେ ନିହତ ଆତଙ୍କବାଦୀକୁ ଚିହ୍ନଟ କରାଯାଇଛି । ମୃତ ଆତଙ୍କବାଦୀ ଜାଭେଦ ୱାନି ବୋଲି ଜଣାପଡିଛି । ତା ନିକଟରୁ ଗୋଟେ ପିସ୍ତଲ, ପାକିସ୍ତାନୀ ଗ୍ରେନେଡ୍‌, ଓ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । କାଶ୍ମୀର ପୁଲିସ ଆଇଜି କହିଛନ୍ତି, ମୃତ ଆତଙ୍କବାଦୀ ଜାଭେଦ ୱାନି ଅକ୍ଟୋବର ୨୦ରେ ବାନପୋହରେ ବିହାରର ଦୁଇ ଶ୍ରମିକଙ୍କୁ ହତ୍ୟା କରିବାରେ ଆତଙ୍କବାଦୀ ଗୁଲଜାରଙ୍କୁ ସହଯୋଗ କରିଥିଲା । ପୁଲିସର ସୂଚନା ଅନୁସାରେ, ବାରମୂଳାରେ ଜଣେ ଦୋକାନୀଙ୍କୁ ଟାର୍ଗେଟ କରିବା ନେଇ ଜାଭେଦ ମିଶନରେ ଥିଲା ।

ଏହା ପୂର୍ବରୁ ଏନଆଇଏ ବୁଧବାର ଜମ୍ମୁ କାଶ୍ମୀରର ୭ଟି ଜିଲ୍ଲାର ୧୭ଟି ସ୍ଥାନରେ ଜାମାତ-ଇ-ଇସଲାମୀର ଆତଙ୍କବାଦୀ ଆର୍ଥିକ ସହାୟତା ନେଇ ଯାଞ୍ଚ କରିଛି । କାଶ୍ମୀରର ଅନନ୍ତନାଗ, କୁଲଗାମ, ଗାଣ୍ଡରବାଲ, ବାନ୍ଦିପୋରା, ବୁଡ଼ଗାମ ଜିଲ୍ଳା,ଜମ୍ମୁର କିସ୍ତବାଡ଼ରେ ଏହି ଚଢାଉ କରାଯାଇଥିବା ଏଜେନ୍ସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଯାଞ୍ଚରେ ଜମାତ-ଇ-ଇସଲାମିକର ସଦସ୍ୟ ପରିସରଭୁକ୍ତ ଏବଂ ସନ୍ଦିଗ୍ଧଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନେକ ଇଲେକ୍ଟ୍ରୋନିକ ଉପକରଣ ଜବତ କରିଛି । କାଶ୍ମୀରର ୧୦ ଜିଲ୍ଲା ଓ ଜମ୍ମୁର ୪ ଜିଲ୍ଲାର ୬୧ ସ୍ଥାନରେ ଚଢାଉ କରାଯାଇଥିବା କହିଛନ୍ତି ।

Leave A Reply

Your email address will not be published.