ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

କନ୍ଦାଇଲାଣି ତୈଳ ଦର ବୃଦ୍ଧି..

0

ତୈଳଦର ବୃଦ୍ଧିରୁ ନିସ୍ତାର ମିଳନି । ଦେଶରେ କ୍ରମାଗତ ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଓ ଡିଜେଲ ୩୫ ପଇସା ଲେଖାଁଏ ବୃଦ୍ଧି ହୋଇଛି । ଅକ୍ଟୋବର ମାସରେ ୨୧ ଥର ବଢିଲାଣି ପେଟ୍ରୋଲ ଦର । ଦେଶରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ନୂଆ ରେକର୍ଡ କରୁଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ମଧ୍ୟପ୍ରଦେଶ ସମୀନ୍ତବର୍ତ୍ତୀ ଜିଲ୍ଲାରେ ପେଟ୍ରୋଲ ପ୍ରତି ଲିଟରକୁ ୧୨୦ ଟଙ୍କାରେ ପହଞ୍ଚିଲାଣି । ସେହିପରି ଡିଜେଲ ପାଖାପାଖି ୧୧୦ ଟଙ୍କାରେ ପହଞ୍ଚିଛି । ସେହିପରି ଛତିଶଗଡ଼ ଓ ମହାରାଷ୍ଟ୍ର ସୀମାକୁ ଲାଗିଥିବା ବାଲାଘାଟରେ ମଧ୍ୟ ପେଟ୍ରୋଲ ଦର ୧୨୦ ଟଙ୍କା ଛୁଇଁଛି ।
ଜାଣନ୍ତୁ କେଉଁଠି କେତେ ତୈଳ ଦର?

ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୮.୨୯ ୯୭.୦୨
ମୁମ୍ବାଇ ୧୧୪.୧୪ ୧୦୫.୧୨
କୋଲକାତା ୧୦୮.୭୮ ୧୦୦.୧୪
ଚେନ୍ନାଇ ୧୦୫.୧୩ ୧୦୧.୨୫
ଭୁବନେଶ୍ୱର ୧୦୯.୨୫ ୧୦୫.୮୪

ତୈଳ ଦରର ଅହେତୁକ ବୃଦ୍ଧି ହେତୁ ଲୋକମାନେ ଅସନ୍ତୋଷ ଜାହିର କରିଛନ୍ତି । । ଦେଶରେ ତୈଳକୁ ଜିଏସଟି ଅଧିନକୁ ଅଣାଯାଇନାହିଁ । ଯଦି ଏହାକୁ ଜିଏସଟି ଅନ୍ତର୍ଭୁକ୍ତ କରାଯାଆନ୍ତା ତେବେ ଦର ହ୍ରାସ ହୁଅନ୍ତା । କିନ୍ତୁ ବାରମ୍ବାର ପ୍ରତିବାଦ ପରେ ବି ବର୍ତମାନ ସୁଦ୍ଧା ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନକୁ ଅଣାଯାଇନାହିଁ ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଆଧାରରେ ପେଟ୍ରୋଲ ଓ ଡିଜେଲର ଦର ପ୍ରତିଦିନ କମ ବେଶୀ ହୋଇଥାଏ । ତୈଳ ମାର୍କେଟିଂ କମ୍ପାନୀ ଗୁଡିକ ପ୍ରତିଦିନ ସମୀକ୍ଷା କରିବା ପରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର କରିଥାନ୍ତି । ଇଣ୍ଡିଆନ ଅଏଲ,ଭାରତ ପେଟ୍ରୋଲିୟମ,ହିନ୍ଦୁସ୍ଥାନ ପେଟ୍ରୋଲିୟମ ଓ ଅନ୍ୟାନ୍ୟ ତୈଳ କମ୍ପାନୀ ପ୍ରତିଦିନ ସକାଳେ ଅନେକ ସହରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଅପଡେଟ କରନ୍ତି ।

Leave A Reply

Your email address will not be published.