ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

ଆରପାରିରେ ସାଉଥ ସୁପରଷ୍ଟାର ପୁନୀତ ରାଜକୁମାର

0

ସାଉଥ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ଦେହାନ୍ତ । ଆଜି ହୃଦଘାତରେ ତାଙ୍କର ପରଲୋକଙ୍କ ହୋଇଛି । ପୁନୀତଙ୍କୁ ହୃଦଘାତ ହେବା ପରେ ତାଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ୪୬ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ପୁନୀତଙ୍କ ପରଲୋକରେ କନ୍ନଡ଼ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଜିମରେ ୱାକ ଆଉଟ କରୁଥିବା ସମୟରେ ତାଙ୍କର ହୃଦଘାତ ହୋଇଥିବା ଜଣାପଡିଛି । ପୁନୀତି ଶିଶୁ କଳାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୫ରେ ‘ବେଟାଡା ହୋବୁ’ରେ ସେ ନଜର ଆସିଥିଲେ । ଏହି ଫିଲ୍ମରେ ଅଭିନୟ ପାଇଁ ତାଙ୍କୁ ବହୁତ ଆୱାର୍ଡ ମିଳିଥିଲା । ଏହା ସହିତ ତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ତାଙ୍କୁ ଶେଷ ଥର ଫିଲ୍ମ ‘ସୁଭାରତନା’ରେ ଦେଖିବାକୁ ମିଳିଥିଲ । ।ଯେଉଁଥିରେ ଦର୍ଶକମାନେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ ।

ପୂର୍ବତନ କ୍ରିକେଟର ଭେଙ୍କେଟେଶ ପ୍ରସାଦ ପୁନୀତଙ୍କ ମୃତ୍ୟୁ ନେଇ ଟୁଇଟରରେ ସୂଚନା ଦେଇଥିଲେ । ଭେଙ୍କେଟେଶ ଲେଖିଛନ୍ତି ଯେ, ଏହା କହିବାକୁ ଦୁଃଖ ଲାଗୁଛି ଯେ, ଅଭିନେତା ପୁନୀତ ଆଉ ଦୁନିଆରେ ନାହାଁନ୍ତି । ତାଙ୍କ ପରିବାର, ବନ୍ଧୁ, ପ୍ରଶଂସକମାନଙ୍କୁ ମୁଁ ସମବେଦନା ଜଣାଉଛି । ପୁନୀତ ପ୍ରସିଦ୍ଧ ଅଭିନେତା ରାଜକୁମାର ଓ ପ୍ରଭାଥମ୍ମାଙ୍କ ପୁଅ ଥିଲେ । ସେ ପାଖାପାଖି ୨୯ରୁ ଅଧିକ କନ୍ନଡ଼ ସିନେମାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇପାରିଥିଲେ । ସେ ଅଭିନୀତ କରିଥିବା ସିନେମା ହେଲା,ଅଭି,ବୀରା କନ୍ନଡିଗର,ଅଜୟ,ଅରାଶୁ, ଓ ରାମ କନ୍ନଡ଼ ସିନେମା ଜଗତର ବେଶ ସଫଳ ହୋଇଥିଲା ।

Leave A Reply

Your email address will not be published.