ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଗୁଜବ ପରେ ମୁହଁଖୋଲିଲେ ସେହନାଜ

0

ବିଗ ବସ ୧୪ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆକସ୍ମିକ ବିୟୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।ତାଙ୍କର ଫ୍ୟାନ୍ସ ଓ ପରିବାର ଲୋକଙ୍କ ସହିତ ବାନ୍ଧବୀ ସେହନାଜ ଗୀଲ ସିଦ୍ଧାର୍ଥଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ । ସିଦ୍ଧାର୍ଥ ଚାଲିଯିବା ପରେ ସିଡନାଜ ଯୋଡି ଭାଙ୍ଗିଯିବା ଫ୍ୟାନ୍ସଙ୍କୁ ବହୁତ ଦୁଃଖ ଦେଇଥିଲା । ସେହନାଜ ସଂପୂର୍ଣ୍ଣ ଭାଙ୍ଗି ପଡିଥିବାବେଳେ ସିଦ୍ଧାର୍ଥଙ୍କ ପରିବାର ଲୋକ ଓ ଫ୍ୟାନ୍ସ ତାଙ୍କୁ ବହୁ ସପୋର୍ଟ କରିଥିଲେ ।

ବିଗ ବସ ୧୪ରୁ ଚର୍ଚ୍ଚାରେ ଥିବା ଏହି ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଆଉ ଏହି ଯୋଡ଼ିର ନାଁ ସିଡନାଜ ଦେଇଥିଲେ । ଦୁଇ ଜଣ ଅଧିକାଂଶ ସମୟ ଏକାଠି ରହିବା ପରେ ବି ଉଭୟଙ୍କ ମଧ୍ୟରେ ଭଲପାଇବା ଥିବା କହିନଥିଲେ । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ସେହନାଜ ବହୁତ ଦିନ ଧରି ଗଣମାଧ୍ୟମ ସାମନାକୁ ଆସିନଥିଲେ କି ଏନେଇ କୌଣସି କଥା ଖୋଲିକି କହିନଥିଲେ । ତେବେ ନିକଟରେ ଦୁଇ ଜଣଙ୍କ ବ୍ରେକଅପ ହୋଇଯାଇଥିଲା ବୋଲି ଖବର ଭାଇରାଲ ହେଉଛି । ଯାହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ସେହନାଜ ।

ଗଣମାଧ୍ୟମରେ ଏକ ସାକ୍ଷାତକାରରେ ସେହନାଜଙ୍କୁ ବ୍ରେକ ଅପ କଥା ପ୍ରଶ୍ନ ପଚରାଯାଇଥିଲା । ସେ କହିଥିଲେ, ମୋ ବ୍ରେକ ଅପ କେବେବି ହୋଇନଥିଲା । ଏହି କଥା ସେ ନିଜ ନୂଆ ଫିଲ୍ମ ‘ହୋଁସଲା ରଖ’ର ପ୍ରମୋସନ ଜରିଆରେ କହିଛନ୍ତି । ସେହନାଜ ଗିଲ ବହୁତ ଥର ବିଗବସ ସୋରେ ସିଦ୍ଧାର୍ଥଙ୍କୁ ନେଇ ନିଜ ଭଲପାଇବା କଥା କହିଛନ୍ତି । ସେ ସୋ’ରୁ ବାହାରିବା ପରେ ମଧ୍ୟ ସିଦ୍ଧାର୍ଥଙ୍କ ସହ ବହୁ ସମୟ ଏକାଠି ରହୁଥିଲେ । ଉଭୟଙ୍କୁ ବହୁ ପୋଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି । ସେହନାଜଙ୍କ ଆଉ ଏକ ଭିଡିଓ ବି ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପୁର୍ନଜନ୍ମ କଥା କହୁଛନ୍ତି । ସେହନାଜଙ୍କ କହିବା କଥା,ଜଣେ ମଣିଷର ମୃତ୍ୟୁ ପରେ ସେ ଆଉ ଥରେ ମଣିଷ ଭାବେ ଜନ୍ମ ନେଇଥାଏ । ସିଦ୍ଧାର୍ଥ ଶୁକ୍ଲା ବ୍ରହ୍ମକୁମାରୀଙ୍କ ଅନୁଗାମୀ ଥିଲେ । ଯେଉଁଥିରେ ଏହା ସତ୍ୟ ବୋଲି ବିଶ୍ୱାସ କରାଯାଏ ।

Leave A Reply

Your email address will not be published.