ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

‘ସୂର୍ଯ୍ୟବଂଶୀ’ର ପୋଷ୍ଟର ଚିରିଲେ ଚାଷୀ

0

ଅକ୍ଷୟ କୁମାରଙ୍କ ଫିଲ୍ମକୁ କୃଷକଙ୍କ ବିରୋଧ । ପଞ୍ଜାବର ବରନାଲ ସହରରେ କୃଷକମାନେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ବିରୋଧ କରିଛନ୍ତି । କେନ୍ଦ୍ରର କୃଷି ଆଇନ ବିରୋଧରେ କୃଷକଙ୍କ ସଂଘର୍ଷ ଜାରି ରହିଥିବା ବେଳେ ଅକ୍ଷୟଙ୍କୁ ଫିଲ୍କକୁ ବଏକଟ କରିଛନ୍ତି ଚାଷୀ । ବରନାଲରେ ଶନିବାର ଦିନ କୃଷକ ମାନେ ସବୁ ସିନେମା ହଲ ଆଗରେ ଏକାଠି ହୋଇ ଫିଲ୍ମର ପୋଷ୍ଟର ଚିରି ବିରୋଧ ପ୍ରଦର୍ଶନ କରିଛନ୍ତି ।

ଶନିବାର ଦିନ ସିନେମା ହଲ ଆଗରେ ଅନେକ କୃଷକ ମାନେ ଏକାଠି ହୋଇ ପ୍ରତିବାଦ କରିଥିଲେ । କହିଥିଲେ, କେନ୍ଦ୍ରର କୃଷି ଆଇନ ବିରୋଧରେ କୃଷକ ଲଢେଇ କରୁଥିବା ବେଳେ ଅକ୍ଷୟ କୁମାର କୃଷି ଆଇନକୁ ସମର୍ଥନ କରିଥିଲେ । ଯେଉଁଥିପାଇଁ ସେ ଖିଲାଡୀ କୁମାରଙ୍କ ଫିଲ୍ମକୁ ବିରୋଧ କରୁଛନ୍ତି । ସେମାନେ କହିଥିଲେ , ଅକ୍ଷୟ କୁମାର ପଞ୍ଜାବୀ ଓ ଶିଖ ଭୂମିକାରେ ଅଭିନୟ କରି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି । କିନ୍ତୁ ଯେତେବେଳେ ସେ କୃଷକଙ୍କ ସହ ଛିଡା ହେବା କଥା ସେତେବେଳେ ସେ କେନ୍ଦ୍ର ସରକାରଙ୍କ ସମର୍ଥନ କରୁଛନ୍ତି ।

ତେବେ ଯତେଦିନ ଯାଏଁ କୃଷି ଆଇନ ରଦ୍ଦ କରାଯାଇନାହିଁ ସେତେଦିନ ଯାଏଁ ଏହି ବିରୋଧ ଚାଲୁରହିବ ବୋଲି ସେମାନେ କହିଛନ୍ତି । ତେବେ ଓସେନ ମଲ ମ୍ୟାନେଜର କହିଛନ୍ତି ଯେ, କୃଷକ ମାନେ ଅକ୍ଷୟଙ୍କ ଫିଲ୍ମକୁ ବିରୋଧ କରିବା ମାତ୍ରେ ସେ ତୁରନ୍ତ ଫିଲ୍ମକୁ ହଟାଇ ଦେଇଛନ୍ତି । ଶୁକ୍ରବାର ସୁର୍ଯ୍ୟବଂଶୀ ପରଦାକୁ ଆସିଥିବା ବେଳେ ଦର୍ଶକ ଫିଲ୍କୁ ଖୁବ ପସନ୍ଦ କରିଛନ୍ତି । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବଡ଼ ପରଦାରେ ଧମାଲ କରୁଛି । ସୁର୍ଯ୍ୟବଂଶୀରେ ଆକ୍ସନ,ରୋମାନ୍ସ,କମେଡି,ଡ୍ରାମା ପରିପୂର୍ଣ୍ଣ ରହିଛି । କ୍ୟାଟ୍ରିନା ଓ ଅକ୍ଷୟଙ୍କ ବ୍ୟତୀତ ଅଜୟ ଦେବଗନ ଓ ରଣବୀର ସିଂ ଫିଲ୍ମରେ ନଜର ଆସୁଛନ୍ତି । ଭାରତର ୪ ହଜାର ପରଦାରେ ସୂର୍ଯବଂଶୀ ରିଲିଜ ହୋଇଥିବା ବେଳେ ପ୍ରଥମ ଦିନରେ ଏହା ୨୫ କୋଟିରୁ ଅଧିକ ବ୍ୟବସାୟ କରିଛି ।

Leave A Reply

Your email address will not be published.