ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଆକ୍ସନରେ ଏନସିବିର ଏସଆଇଟି

0

ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଏନସିବିର ଏସଆଇଟି ଟିମ ଏବେ ଆକ୍ସନ ମୋଡରେ । ଏସଆଇଟି ମୁଖ୍ୟ ସଂଜୟ ସିଂହ ଆର୍ୟନ ଖାନଙ୍କ ମାମଲା ସହ ଅନ୍ୟ ୩ଟି ମାମଲାର ଦସ୍ତାବିଜ୍ ନିଜ କବଜାକୁ ନେଇଛନ୍ତି । ସମୀର ୱାଙ୍ଖଡେଙ୍କ ସ୍ଥାନରେ ନାର୍କୋଟିକ୍ସ କେଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଡିଡିଜି ସଂଜୟ ସିଂହ ଆର୍ୟନ ଖାନଙ୍କ ଡ୍ରଗ୍ସ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ସଂଜୟ ସିଂହଙ୍କ ଟିମ ଶନିବାର କାର୍ଡିଲିୟା କ୍ରୁଜ ଯାଇ ଯାଞ୍ଚ କରିଛନ୍ତି । ସାଙ୍ଗରେ ସମୀର ୱାଙ୍ଖଡେ ମଧ୍ୟ ଥିଲେ ।

ସମୀର ୱାଙ୍ଖଡେ ସେହି ସ୍ଥାନକୁ ସଂଜୟ ସିଂଙ୍କୁ ଦେଖାଇଥିଲେ ଯେଉଁଠାରେ ଆର୍ୟନଙ୍କ ସମେତ ଅନ୍ୟମାନଙ୍କୁ ଏନସିବି ଧରିଥିଲା । ଟର୍ମିନାଲ ସହିତ ଯେଉଁଠାରୁ ଡ୍ରଗ୍ସ ଜବତ କରାଯାଇଥିଲା ସେହି ସମସ୍ତ ସ୍ଥାନ ୱାଙ୍ଖଡେ ଦେଖାଇଥିଲେ । ସଂଜୟ ସିଂହ କ୍ରୁଜ ଟର୍ମିନାଲର ସିସିଟିଭି ପଏଣ୍ଟ ମଧ୍ୟ ଯାଞ୍ଚ କରିଥିଲେ । ସଂଜୟ ସିଂହ ଓ ୱାଙ୍ଖଡେ ଅନ୍ୟ ଅଧିକାରୀମାନଙ୍କ ସହ ପାଖାପାଖି ସେଠାରେ ଦେଢ ଘଣ୍ଟା ରହିଥିଲେ । ଏହା ପରେ ଏନସିବି ଅଫିସକୁ ଫେରିଥିଲେ । ସମୀର ୱାଙ୍ଖଡେ ଓ ତାଙ୍କ ଟିମ ଦ୍ୱାରା ମାମଲାର ଦସ୍ତାବିଜ ଓ ଜବତ ହୋଇଥିବା ସମସ୍ତ ଜିନିଷ ସଂଜୟ ସିଂହଙ୍କୁ ହସ୍ତାନ୍ତାର କରାଯାଇଛି ।

ମୁମ୍ବାଇରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ(ଏନସିବି)ର ଡିଡିଜି ସଂଜୟ ସିଂହ କହିଛନ୍ତି ଯେ, ସେ ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ସଂଜୟ ଦିଲ୍ଲୀର ସ୍ୱତନ୍ତ୍ର ଏନସିବି ଟିମର ନେତୃତ୍ୱ ନେଉଛନ୍ତି ।ଏହା ସହିତ ଆର୍ୟନ ଖାନଙ୍କ ମାମଲା ସହିତ ମୁମ୍ବାଇ ଏନସିବିର ଅନ୍ୟ ୬ଟି ମାମଲାର ଯାଞ୍ଚ କରୁଛନ୍ତି । ସଂଜୟ ସିଂହ ଟିମ ଯେଉଁ ୩ଟି ମାମଲାର ଦସ୍ତାବିଜ ନିଜ କବଜାକୁ ନେଇଛନ୍ତି, ସେଥିରେ ୯୪/୨୧ କ୍ରୁଜ ମାମଲା ରହିଛି । ଏହା ସହିତ ଅରମାନ କୋହଲି କ୍ରାଇମ ନମ୍ବର ୮୨ ଡ୍ରଗ୍ସ ମାମଲା ରହିଛି । ଏବଂ ନବାବ ମଲ୍ଲିକଙ୍କ ଜ୍ୱାଇଁ ସମୀର ଖାନଙ୍କ ମାମଲା କ୍ରାଇମ ନମ୍ବର ୩୧/୨୧ ରହିଛି ।

ଏନସିବିର ଏସଆଇଟି ଏହି ୩ଟି ମାମଲାର ସମସ୍ତ ଫାଇଲ, ସମସ୍ତ ଅଭିଯୁକ୍ତଙ୍କ ବୟାନ,ସାକ୍ଷୀଙ୍କ ବୟାନକୁ ଯାଂଚ କରୁଛି । ଏସଆଇଟିକୁ ମିଳିଥିବା ୬ଟି ମାମଲାରୁ ପ୍ରଥମେ ଆର୍ୟନ ଖାନ୍ ଡ୍ରଗ୍ସ ମାମଲାକୁ ଗୁରୁତର ସହ ନିଆଯାଇ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.