ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଭୟଙ୍କର ଆତଙ୍କୀ ହମ୍‌ଲା

0

ମଣିପୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଆତଙ୍କୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସରଙ୍କ ସମେତ ୬ ଜଣ ସହିହ ହୋଇଛନ୍ତି । ଆକ୍ରମଣରେ କମାଣ୍ଡିଙ୍ଗ ଅଫିସରଙ୍କ ସ୍ତ୍ରୀ ଓ ପୁଅର ମଧ୍ୟ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ , ମଣିପୁର ଚୁରାଚନ୍ଦ୍ରପୁର ସିଘାଂଟାେ ରେ ଏହି ଆକ୍ରମଣ ହୋଇଛି । ଆସାମ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସରଙ୍କ ଗ୍ରଫ୍ ଯାଉଥିବା ବେଳେ ଆତଙ୍କବାଦୀ ହମଲା କରିଛନ୍ତି । ଗ୍ରୁପ ରେ କମାଣ୍ଡିଙ୍ଗ ଅଫିସରଙ୍କ ପରିବାର ସଦସ୍ୟଙ୍କ ସମେତ କୁଇକ ଆକ୍ସନ ଟିମର ସଦସ୍ୟ ଥିଲେ । ଆକ୍ରମଣରେ କମାଣ୍ଡିଙ୍ଗ ଅଫିସର,ତାଙ୍କ ସ୍ତ୍ରୀ, ପୁଅ ଓ କୁଇକ ଆକ୍ସନ ଟିମର ୩ ଯବାନ ସହିଦ ହୋଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ଆକ୍ରମଣକୁ ନିନ୍ଦା କରିଛନ୍ତି । କହିଛନ୍ତି ଏଭଳି ଆକ୍ରମଣ ଭୀରୁତାର ପରିଚୟ । ଟୁଇଟ କରି ରାଜନାଥ ସିଂ କହିଛନ୍ତି , ମଣିପୁରରେ ଆସାମ ରାଇଫଲ୍ସର ସିଇଓଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଓ ଯନ୍ତ୍ରଣାଦାୟକ । ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ ମଧ୍ୟ ଟୁଇଟ କରି ଆକ୍ରମଣକୁ ନିନ୍ଦା କରିଛନ୍ତି । ଘଟଣା ପରେ ଆତଙ୍କବାଦୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି । ଆକ୍ରମଣର କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି ।

ଆକ୍ରମଣ ପଛରେ ମଣିପୁର ପିପୁଲ୍ସ ଲିବେରେସନ ଆର୍ମିର ହାତ ଥିବା ସନ୍ଦେହ କରାଯାଉଛି ।ପିପୁଲ୍ସ ଲିବେରେସନ ଆର୍ମିର ଗଠନ ମଣିପୁରରେ ୧୯୭୮ରେ ହୋଇଥିଲା । ଏହାକୁ ଭାରତ ସରକାର ଆତଙ୍କୀ ସଂଗଠନ ଭାବେ ଘୋଷଣା କରିଥିଲେ । ମଣିପୁରର ଏହି ସଂଗଠନ ପୂର୍ବରୁ ମଧ୍ୟ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଆସୁଛି ।

Leave A Reply

Your email address will not be published.