ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ବାୟୁପ୍ରଦୂଷଣ ପାଇଁ ହୋଇପାରେ ଲକଡାଉନ

0

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ଏନସିଆରରେ ଏବେ ବି ପ୍ରଦୂଷଣ ଯୋଗୁଁ ସ୍ଥିତି ଖରାପ ହେବାରେ ଲାଗିଛି । ଏହାରି ଭିତରେ ସୁପ୍ରିମକୋର୍ଟରେ ଆଜି ପ୍ରଦୂଷଣ ପ୍ରସଙ୍ଗରେ ଶୁଣାଣି ହୋଇଛି । ପ୍ରଦୂଷଣର ବୃଦ୍ଧି ସ୍ତରକୁ ନେଇ ସର୍ବୋଚ୍ଚ ନ୍ୟାୟଳୟ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କୁ ତାଗିଦ କରିଛନ୍ତି । ଏହା ସହିତ ପ୍ରଦୂଷଣର ମୁକାବିଲା ପାଇଁ ତୁରନ୍ତ ପଦକ୍ଷେପ ନେଇ ଦିଲ୍ଲୀ ଏନସିଆରରେ ଦୁଇ ଦିନ ଲକଡାଉନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ଏନ.ଭି ରମଣା କହିଛନ୍ତି, ମୁଁ କହିବାକୁ ଚାହୁଁନି ଯେ, ଚାଷର ବଳକା ଅଂଶ(ନଡ଼ା) ଜାଳିବାରୁ ପ୍ରଦୂଷଣ ଉପରେ କେତେ ପ୍ରଭାବ ପକାଇଛି ଏବଂ ବାଣ, ଗାଡିଚଳାଚଳ, ଧୂଳି ଓ ପ୍ରକଳ୍ପ ନିର୍ମାଣ ଯୋଗୁଁ କେତେ ପ୍ରଭାବ ପକାଇଛି । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ପଦକ୍ଷେପ କଣ ନିଆଯାଇପାରିବ ତାହା କୁହନ୍ତୁ । ଯଦି ସମ୍ଭବ ତାହେଲେ ପ୍ରଦୂଷଣ ସ୍ତରକୁ କମାଇବା ପାଇଁ ଦୁଇ ଦିନ ତାଲାବନ୍ଦ କରିବାକୁ କହିଛନ୍ତି କୋର୍ଟ ।

ସୋମବାର ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଶୁଣାଣି ସ୍ଥଗିତ ରଖାଯାଇଛି । ସୁପ୍ରିମକୋର୍ଟ, କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ପ୍ରଦୂଷଣ କମ କରିବା ନେଇ ଜରୁରୀ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଜଣାଇବାକୁ କହିଛନ୍ତି । ସିଜେଆଇ କେନ୍ଦ୍ରକୁ କହିଛନ୍ତି ଯେ, କୃଷକଙ୍କ ପାଇଁ ଏଭଳି ସ୍ଥିତି ଉପୁଜିଥିବା ଆପଣଙ୍କ ଧାରଣା ରହିଛି । କିନ୍ତୁ ଦୀପାବଳିରେ ବାଣ ଫୁଟା ଓ ହଜାର ହଜାର ଗାଡି ଯାତାୟାତ ଯୋଗୁଁ ପ୍ରଦୂଷଣ ଉପରେ କାହିଁକି ଧ୍ୟାନ ଦେଲେନି ବୋଲି ପ୍ରଶ୍ନ କରିଛନ୍ତି ।

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଓକିଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି ଯେ, ପ୍ରଦୂଷଣ ସ୍ତର ବହୁତ ଖରାପ ହୋଇଯାଇଛି । ଲୋକ ଘରେ ମାସ୍କ ପିନ୍ଧିକି ବସୁଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଦୂଷଣ ରୋକିବା ପାଇଁ ଏବେ ଯାଏଁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ଏହା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଏକ ରିପୋର୍ଟ ଉପସ୍ଥାପନ କରାଯାଇଥିଲ । ଏଥିରେ ପ୍ରଦୂଷଣ ସମ୍ପର୍କିତ ପଦକ୍ଷେପ ସଂପର୍କରେ ସୁପ୍ରିମକୋର୍ଟକୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.