ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

କୃଷି ଆଇନ ପ୍ରତ୍ୟାହାର ନେଇ ମୋଦୀଙ୍କ ବଡ଼ ଘୋଷଣା

0

ଚାଷୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକଙ୍କ ଦାବି ମାନିନେଇଛନ୍ତି । ଗତ ବର୍ଷେ ଧରି ନୂଆ କୃଷି ଆଇନ ବିରୋଧରେ ଚାଷୀ ମାନେ ଆନ୍ଦୋଳନ କରୁଥିବା ବେଳେ ଆଜି ମୋଦୀ ବଡ଼ ଘୋଷଣା କରିଛନ୍ତି । ୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ଆଜି ଦେଶବାସୀଙ୍କ ସମ୍ବୋଧିତ କରି ମୋଦୀ କହଛନ୍ତି, ୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ । ଚାଷୀଙ୍କ କଲ୍ୟୋଣ ପାଇଁ ଏହି ଆଇନ ଆସିଥିଲା । ହେଲେ ନୂଆ ଆଇନକୁ ନେଇ ଗୋଟିଏ ଗୋଷ୍ଠୀ ବିରୋଧ କରୁଥିଲେ । କିନ୍ତୁ ବହୁ ପ୍ରଚେଷ୍ଟା ସେତ୍ବେ ଚାଷୀଙ୍କୁ ବୁଝାଇବାରେ ଆମେ ବିଫଳ ହେଲୁ । ଏଥିପାଇଁ ମୁଁ ଦେଶବାସୀଙ୍କ କ୍ଷମା ମାଗୁଥିବା କହିଛନ୍ତି । ଚାଷୀ ଭାଇ ମାନେ ଏବେ ଘରକୁ ଫେରିଯିବାକୁ ମୋଦୀ ଅନୁରୋଧ କରିଛନ୍ତି । ଚଳିତ ମାସରେ ହେବାକୁ ଥିବା ସଂସଦର ଶୀତ ଅଧିବେଶନରେ ଆଇନ ପ୍ରତ୍ୟାହାର କରିବାକୁ ସମସ୍ତ ପ୍ରକାର ସାମ୍ବିଧାନିକ ପ୍ରକ୍ରିୟା ଶେଷ ହେବ ।

ମୋଦୀ କହିଥିଲେ, ମୁଁ ଯାହା ବି କରୁଛି ଚାଷୀଙ୍କ ହିତ ପାଇଁ କରିଛି । ଦେଶ ପାଇଁ କରୁଛି । ଆପଣଙ୍କ ଆଶୀର୍ବାଦରୁ ମୋର କଠିନ ପରିଶ୍ରମରୁ କୌଣସି ପ୍ରସଙ୍ଗ ବାଦ ଦେଇନାହିଁ । ମୁଁ ଆହୁରି ପରିଶ୍ରମ କରୁଛି, ଯେପରି ଆପଣଙ୍କ ସ୍ୱପ୍ନ ଓ ଦେଶର ସ୍ୱପ୍ନ ସାକାର ହୋଇପାରିବ ବୋଲି ମୋଦୀ କହିଛନ୍ତି । ମୋଦୀ କହିଛନ୍ତି, କୃଷକଙ୍କ କଲ୍ୟାଣ ଆମ ପ୍ରାଥମିକତା । ଦେଶରେ ୧୦୦ରୁ ୮୦ ଜଣ କ୍ଷୁଦ୍ର ଚାଷୀ । ଦେଶରେ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ । କ୍ଷୁଦ୍ର ଚାଷୀଙ୍କ ସମସ୍ୟା ସମାଧାନ କରିବା ଆମର ଲକ୍ଷ୍ୟ । ଫସଲ ବୀମା ଯୋଜନାକୁ ପ୍ରଭାବୀ କରାଯିବା ସହ ଚାଷୀଙ୍କ ସ୍ୱାର୍ଥ ରକ୍ଷା ଲାଗି ଅନେକ ପୁରୁଣା ନିୟମର ପରିବର୍ତ୍ତନ କରାଯାଇଛି । ୨୨ କୋଟି ସୋଏଲ ହେଲଥ କାର୍ଡ କୃଷକଙ୍କୁ ଦିଆଯାଇଛି ।

ସେପଟେ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି କୁ କୃଷକ ସଂଗଠନ ସମର୍ଥନ ଜଣାଇଛନ୍ତି । କିନ୍ତୁ ଏବେ ଆନ୍ଦୋଳନରୁ ହଟିବୁନି ବୋଲି କହିଛନ୍ତି କୃଷକ ନେତା ରାକେଶ ଟିକାୟତ । ତତ୍କାଳ କୃଷକ ଆନ୍ଦୋଳନ ପ୍ରତ୍ୟାହାର ହେବନି । ସରକାର ଏମଏସପି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରନ୍ତୁ । କୃଷକଙ୍କ ଅନ୍ୟ ଦାବି ଉପରେ ମଧ୍ୟ ଆଲୋଚନା ଜରୁରୀ । ସଂସଦରେ ୩ ଆଇନ ଉଚ୍ଚେଦ ହେବା ଯାଏଁ ଅପେକ୍ଷା କରିବୁ । ସେପଟେ କାଲି କୃଷକ ସଂଗଠନର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଆଗାମୀ ଆକ୍ସନ ପ୍ଲାନ କୃଷକ ସଂଗଠନ ପ୍ରସ୍ତୁତ କରିବ । ମୋଦୀଙ୍କ ଘୋଷଣା ପରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ମିଠା ବାଂଟିଛି । ରାହୁଲ ଗାନ୍ଧୀ କହିଛନ୍ତି, ଅହଁକାରର ମୁଣ୍ଡ ତଳକୁ ନେଇଁଛି । ଅନ୍ୟାୟ ବିରୋଧରେ ଏହି ବିଜୟକୁ ସ୍ୱାଗତ କରିଛନ୍ତି ରାହୁଲ ଗାନ୍ଧୀ । ଜୟ ହିନ୍ଦ ଓ ଜୟ କିଷାନ ବୋଲି ଟୁଇଟରରେ ଲେଖିଛନ୍ତି ରାହୁଲ।

Leave A Reply

Your email address will not be published.