ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱରର ନୂଆ ଡିସିପି ଭାବେ ଯୋଗ ଦେଲେ ସର୍ବଣା ବିବେକ

0

ଭୁବନେଶ୍ବର: ପୁଲିସ ସେବା ଭବନରେ ଶୁକ୍ରବାର ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅଧିକାରୀ ଡ. ସର୍ବଣା ବିବେକ ଏମ୍‌। ଏହା ପୂର୍ବରୁ ସେ ବ୍ରହ୍ମପୁର ଏସ୍‌ପି ଭାବେ ଦାୟିତ୍ୱ ତୁଲାଇଥିଲେ। ଏବେ ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା ତାଙ୍କ ନୂଆ ଦାୟିତ୍ୱ ହୋଇଛି।

ଆଇପିଏସ୍ ସ୍ତରରେ ମଙ୍ଗଳବାର ହୋଇଥିବା ଅଦଳବଦଳରେ ବ୍ରହ୍ମପୁର ଏସ୍‌ପି ଥିବା ଡ. ସର୍ବଣା ବିବେକଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ମିଳିଥିଲା। ୨୦୧୩ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଜଗମୋହନ ମୀନା ସ୍ୱେଚ୍ଛାକୃତ ଅବସର ନେବା ପରେ ଏହି ପଦ ଖାଲି ହୋଇଥିଲା।

ବ୍ରହ୍ମପୁରରେ ଏସ୍‌ପି ଭାବେ କାର୍ଯ୍ୟ କରିବା ସମୟରେ ଡ. ସର୍ବଣା ବିବେକଙ୍କ ବିଭିନ୍ନ ପଦକ୍ଷେପ ଚର୍ଚ୍ଚାରେ ରହିଥିଲା। ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ରକ୍ଷା ତାଙ୍କ ପାଇଁ ପ୍ରମୁଖ ଦାୟିତ୍ୱ ରହିବ।

Leave A Reply

Your email address will not be published.