ପ୍ରମୁଖ ଖବର

ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା
ପ୍ରଥମ ଥର ୩୦୦ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତ୍ବ
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ହାରିସଙ୍କ ହାତରେ ରହିବ ଆମେରିକା ରାଷ୍ଟ୍ରପତି କ୍ଷମତା

0

ଆମେରିକା ଇତିହାସରେ ଏଭଳି ପ୍ରଥମ ଥର ପାଇଁ ଘଟିଛି । । ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଦିଆଯିବ ରାଷ୍ଟ୍ରପତି ଦାୟିତ୍ୱ । ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିବ ରାଷ୍ଟ୍ରପତି କ୍ଷମତା । ଏହା ଏଥିପାଇଁ କରାଯିବ କାରଣ, ବାଇଡେନ କଲୋନୋସ୍କୋପି ପାଇଁ ହସ୍ପିଟାଲରେ ଭର୍ତ୍ତି ହେବେ । ସେଥିପାଇଁ ତାଙ୍କୁ ଆନେସ୍ଥିସିୟା ନେବାକୁ ପଡିବ ।

ଅ।ମେରିକା ସମ୍ବିଧାନ ଅନୁସାରେ କିଛି ସମୟ ପାଇଁ ରାଷ୍ଟ୍ରପତି ଯେକୌଣସି ବ୍ୟକ୍ତିଙ୍କୁ ତାଙ୍କର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ନିଯୁକ୍ତି କରିପାରିବେ । ଏବେ ପାଇଁ ରାଷ୍ଟ୍ରପତି ଭାବରେ ଉପରାଷ୍ଟ୍ରପତି କମଳା ହାରିସ କାର୍ଯ୍ୟ କରିବେ । ଏହି ଖବର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ନିକଟରେ ଦୁଇ ବାଇଡେନ ଓ ହାରିସଙ୍କ ମଧ୍ୟରେ ତିକ୍ତତା ଖବର ଆସିଥିଲା ।

ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ରୁଟିନ୍ ଚେକ୍ ଅପ ପାଇଁ ୱାଶିଂଟନର ୱାଲଟର ରିଡ୍ ମିଲଟାରୀ ହସ୍ପିଟାଲରେ ଭର୍ତି ହେବେ । ଏହା ପୂର୍ବରୁ ୨୦୧୯ରେ ତାଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ୨୦୦୨ ଓ ୨୦୦୭ରେ ତାଙ୍କୁ କଲୋନୋସ୍କୋପି ପାଇଁ ଆନେସ୍ଥିସିୟା ଦେବାକୁ ପଡିଥିଲା।

ତେବେ ୨୫୦ ବର୍ଷ ମଧ୍ୟରେ ଆମେରିକାରେ କୌଣସି ମହିଳାଙ୍କୁ ରାଷ୍ଟ୍ରପତି ଦାୟିତ୍ୱ ମିଳିନି । ଆମେରିକାର ସମସ୍ତ ସାମରିକ ଶକ୍ତି ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ହାରିସ ନେବେ । ହାରିସ ୱେଷ୍ଟ ୱିଙ୍ଗରେ ଥିବା ତାଙ୍କ କାର୍ଯ୍ୟାଳୟରୁ କାମ କରିବେ । ବାଇଡେନ ସୁସ୍ଥ ହେବା ପରେ ପୁଣି ସେ ରାଷ୍ଟ୍ରପତି ଭାବେ ସେ ତାଙ୍କର କାମ ଆରମ୍ଭ କରିବେ । ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଦେଇଛନ୍ତି ବାଇଡେନ । ସେ ହେଉଛନ୍ତି ଆମେରିକା ଇତିହାସର ସବୁଠୁ ବୟସ୍କ ରାଷ୍ଟ୍ରପତି ।

Leave A Reply

Your email address will not be published.