ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ପରେଡ ବେଳେ ମାଡିଗଲା କାର

0

ଖ୍ରୀଷ୍ଟମାସ ପରେଡ ଭିତରେ ମାଡିଗଲା କାର । ଆମେରିକା ୱିସକୋସିନରେ ଏଭଳି ଅଘଟଣ ଘଟିଛି । କାର ମାଡି ଯିବାରୁ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅନେକ ଛୋଟଛୁଆ ମଧ୍ୟ ଅଛନ୍ତି । ତେବେ ଆଶ୍ୱସ୍ତିକର କଥା ହେଉଛି, କାହାର ମୃତାହତ ର ଖବର ଆସିନାହିଁ । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପରେଡ ଚାଲୁଥିବା ବେଳେ ହଠାତ ଏକ ନାଲି ରଙ୍ଗର କାର ଦ୍ରୁତ ଗତିରେ ମାଡିଆସିଥିଲା । ପରେଡ ଦେଖିବାକୁ ବହୁ ଲୋକଙ୍କ ଭିଡ ଜମିଥିବା ବେଳେ କାରଟି ଲୋକଙ୍କୁ ଧକ୍କା ଦେଇଥିଲା । ତେବେ ପୁଲିସ ଗାଡି ଡ୍ରାଇଭରଙ୍କୁ ହେପାଜତକୁ ନେଇଛି । କିନ୍ତୁ ଏଯାଏଁ ଗିରଫ କରାଯାଇନାହିଁ । ପୁଲିସ ଘଟଣାର ତଦନ୍ତ ଅଲଗା ଅଲଗା ଦିଗରୁ କରୁଥିବା ବେଳେ ଡ୍ରାଇଭରକୁ ପଚରାଉଚରା କରାଯାଉଛି ।

ସିଟି ପୁଲିସ ମୁଖ୍ୟ ଡାନ ଥମ୍ପସନ କହିଛନ୍ତି, ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି । ସିସିଟିଭି ଫୁଟେଜ ମଧ୍ୟ ମିଳିଛି । ଭିଡିଓରେ କାରଟି ପରେଡ ବାହାର କରୁଥିବା ଲୋକଙ୍କୁ ଧକ୍କା ଦେଉଥିବା ଦେଖିବାକୁ ମିଳିଛି । ରବିବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଛି । ଅଧିକାରୀମାନେ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହରେ ଲାଗିଛନ୍ତି । ଆମେରିକା ସମୟ ଅନୁଯାୟୀ ଘଟଣା ସନ୍ଧ୍ୟା ସାଢେ ୪ଟାରେ ଘଟିଛି । ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିବା ପୁଲିସ କହିଛି ।

Leave A Reply

Your email address will not be published.