ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୩ ବର୍ଷ; ଆଜି ବି ଥରିଉଠେ ଛାତି

0

ନୂଆଦିଲ୍ଲୀ: ୨୬/୧୧ । ଏଇଟା ଏମିତି ଏକ ଦିନ ଯାହାକୁ ଭୁଲିପାରିବନି ଭାରତ। ୧୩ ବର୍ଷ କ’ଣ ୧୦୦ ବର୍ଷ ବିତିଗଲେ ସେଦିନ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣର ଚିତ୍ରକୁ ଭୁଲିପାରିବେନି କେହି ବି ଭାରତୀୟ। ଚାରିଆଡେ ଆତଙ୍କର ଭୟ ଓ ଭୂଇଁରେ ମରିପଡିଥିଲା ଲୋକଙ୍କ ମୃତଦେହ। ଆତଙ୍କୀଙ୍କ ହାତରେ ଏକେ-୪୭ର ଗର୍ଜନ ସହ ୬୦ ଘଣ୍ଟା ପାଇଁ ମୁମ୍ବାଇରେ ଚାଲିଥିଲା ଛାତିଥରା ଆତଙ୍କରାଜ। ଏହି ଆକ୍ରମଣକୁ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ କହିଲେ ଭୁଲ ହେବ ନାହିଁ।

ତାଜ ହୋଟେଲରୁ ବାହାରୁଥିବା ଧୂଆଁ ଆଜି ବି ଦେଖିଲେ ଜଣେ କହିପାରେ ୨୬/୧୧ ଆତଙ୍କୀ ଆକ୍ରମଣ କେତେ ଭୟଙ୍କର ଥିଲା। ଆଉ କେତେ ନିରୀହ ଲୋକ ସେଦିନ ଆତଙ୍କୀଙ୍କ ଗୁଳିରେ ଆଖିବୁଜିଥିଲେ। ସେଦିନ ଥିଲା ୨୦୦୮ ମସିହା ନଭେମ୍ବର ୨୬ ତାରିଖ। ସବୁଦିନ ଭଳି ଚଳଚଞ୍ଚଳ ଥିଲା ମାୟାନଗରୀ ମୁମ୍ବାଇ । ଷ୍ଟେସନରେ ଟ୍ରେନ ଯାତାୟାତ କରୁଥିଲା, ରାସ୍ତା ଉପରେ ଗାଡି ମଟରର ଶଦ୍ଦ ସହରର ନିର୍ଜନତାକୁ ଭାଙ୍ଗିଦେଉଥିଲା। ଆଉ ଏହାରି ଭିତରେ ହଠାତ ଶୁଭିଥିଲା ଆତଙ୍କବାଦୀଙ୍କ ଗୁଳିର ଗର୍ଜନ। ଛତ୍ରପତି ଶିବାଜୀ ଟର୍ମିନାଲ ଭିତରେ ଆଖିବୁଜା ଗୁଳିମାଡ଼ କରିଥିଲେ ଦୁଇ ଆତଙ୍କବାଦୀ। ଆଉ ସବୁ ଦିନ ପାଇଁ ଆଖିବୁଜିଥିଲେ ୫୮ ନିରୀହ ଲୋକ।

ଆତଙ୍କବାଦୀ ଅଜମଲ ଅମୀର କସାବ ସହ ଇସମାଇଲ ଖାନ ମିଶି ଏହି ଆତଙ୍କବାଦୀ ଆକ୍ରମଣର ନକ୍ସା ପ୍ରସ୍ତୁତ କରିଥିଲେ। ଷ୍ଟେସନରେ ନାରକୀୟ କାଣ୍ଡ ପରେ ତାଜ ହୋଟେଲ ସହ ଲିଓପର୍ଟ କାଫେ, କାମେ ହସ୍ପିଟାଲ ଓ ଦକ୍ଷିଣ ମୁମ୍ବାଇରେ ଗର୍ଜିଥିଲା ଆତଙ୍କବାଦୀଙ୍କ ବନ୍ଧୁକ। ରାତି ଯେତେ ବଢୁଥିଲା ମୃତ୍ୟୁର ଖବର ସେତେ ଅଧିକ ଆସିବାରେ ଲାଗିଥିଲା। ଅଧା ରାତି ହେଲାବେଳକୁ ତାଜ ହୋଟେଲକୁ ପୁରାପୁରି କବଜାରେ ନେଇଯାଇଥିଲେ ଆତଙ୍କବାଦୀ। ଯେଉଁଠି ଅନେକ ଲୋକଙ୍କୁ ବନ୍ଧକ ରଖିଥିଲେ ସୈତାନ ମାନେ। ବନ୍ଧକ ରଖିଥିବା ଲୋକମାନଙ୍କ ମଧ୍ୟରେ ୭ ବିଦେଶୀ ନାଗରିକ ମଧ୍ୟ ରହିଥିଲେ। ୨୭ ତାରିଖରୁ ସକାଳୁ
ସକାଳୁ ତାଜ ହୋଟେଲର ହେରିଟେଜ ୱିଙ୍ଗରେ ନିଆଁ ଲଗାଇଦେଇଥିଲେ ଆତଙ୍କୀ।

ଆତଙ୍କବାଦୀଙ୍କ କବଳରେ ପୂରା ହୋଟେଲ ଥିବା ଖବର ପାଇ ଏନଏସଜି କମାଣ୍ଡର ଓ ମୁମ୍ବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ସ୍ପେଶାଲ ଅପରେସନ। ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଆତଙ୍କୀ ନିପାତ ହୋଇଥିଲେ। ଆଉ ଶେଷରେ ଧରାପଡିଥଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଆଜମଲ କସାବ। ଯାହାକୁ ପରେ ପରେ ଫାଶୀ ଖୁଣ୍ଟରେ ଝୁଲାଇଥିଲେ ଭାରତର ସୁପ୍ରିମକୋର୍ଟ। ମୁମ୍ବାଇ ଆକ୍ରମଣ ପଛର ପୂରା ମାଷ୍ଟରମାଇଣ୍ଡ ଥିଲା ଆତଙ୍କୀ ସଂଗଠନ ଲସ୍କର-ଇ –ତୋଇବା; ଯାହାକୁ ସଫଳ କରିବାକୁ ୧୦ ଆତଙ୍କବାଦୀଙ୍କୁ ଜଳପଥରେ ଭାରତ ପଠାଇଥିଲା ଏହି ସଂଗଠନ। ଏହା ପୂର୍ବରୁ ଜଳପଥରେ ଆତଙ୍କୀଙ୍କ ଆକ୍ରମଣକୁ ଭାରତ କେବେବି ଦେଖିନଥିଲା। ୨୬/୧୧ରେ ଯାହା ଘଟିଲା ତାହା ଭାରତ ଇତିହାସରେ ସବୁଦିନ ପାଇଁ କଳାଦିନ ହୋଇ ରହିଗଲା। ଆଜି ଏହି ଆକ୍ରମଣର ୧୩ ବର୍ଷ ପୂର୍ତ୍ତି ଅବସରରେ ସହିଦ ହୋଇଥିବା ଅଧିକାରୀ ଓ ପୁଲିସଙ୍କୁ ମୁମ୍ବାଇ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଦିଆଯିବ।

Leave A Reply

Your email address will not be published.