ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ

0

ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଦିଲ୍ଲୀ ସରକାର ପେଟ୍ରୋଲ ଦର କମାଇଛନ୍ତି । ଆଜି ବସିଥିବା କ୍ୟାବିନେଟ ବୈଠକରେ ପେଟ୍ରୋଲ ଦର କମ କରାଇବା ନେଇ ନିଷ୍ପତ୍ତି ନିଆଯାଇଛି । ଯାହା ପରେ ପେଟ୍ରୋଲ ଦର ୮ ଟଙ୍କା ଶସ୍ତା ହୋଇଛି । ଦିଲ୍ଲୀ ସରକାର ବୈଠକରେ ପେଟ୍ରୋଲ ଉପରୁ ଭ୍ୟାଟକୁ ୩୦ ପ୍ରତିଶତରୁ କମ୍ କରି ୧୯.୪୦ ପ୍ରତିଶତ କରିଦେଇଛନ୍ତି । ପେଟ୍ରୋଲର ନୂଆ ଦାମ ଆଜି ମଧ୍ୟ ରାତ୍ରିରୁ ଲାଗୁ ହେବ ।

ଚଳିତ ବର୍ଷ ଆରମ୍ଭରୁ ପେଟ୍ରୋଲ, ଡିଜେଲ ଦର ଅହେତୁକ ବୃଦ୍ଧି ପାଇଥିଲା । ଅନେକ ଦିନ ଧରି ତୈଳ ଦର ବଢିବା ପରେ ଦୀପାବଳିରେ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି ୫ ଟଙ୍କା ଓ ୧୦ ଟଙ୍କା କମ୍ କରିଥିଲେ । କେନ୍ଦ୍ର ନିଷ୍ପତି ପରେ ଅଧିକାଂଶ ବିଜେପି ଶାସିତ ରାଜ୍ୟ ନିଜ ରାଜ୍ୟରେ ତୈଳ ଦର ଉପରୁ ଭ୍ୟାଟ କମାଇଥିଲେ । ଏହା ପରେ ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼ର କଂଗ୍ରେସ ସରକାର ପେଟ୍ରୋଲ,ଡିଜେଲ ଉପରୁ ଭ୍ୟାଟ କମ କରିଥିଲେ । ଓଡିଶାରେ ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ କମାଇଥିଲେ ସରକାର ।

ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୩ ଟଙ୍କାରେ ବିକ୍ରି ହେଉଛି । ନୂଆ ଦର ଲାଗୁ ପରେ ପେଟ୍ରୋଲ ଦର ୧୦୦ ତଳକୁ ଖସିବ । ୯୫ ଟଙ୍କାକୁ ଖସିବ ପେଟ୍ରୋଲ ଦର । ଦିଲ୍ଲୀରେ ଡିଜେଲ ଦର ରହିଛି ୮୬.୬୭ ଟଙ୍କା । ଏବେ ମୁମ୍ବାଇରେ ପେଟ୍ରୋଲ ଦାମ ୧୦୯ ଟଙ୍କା ୯୮ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୪.୧୪ ଟଙ୍କାରେ ବିକ୍ରି ହେଉଛି । ସେହିପରି କୋଲକାତାରେ ପେଟ୍ରୋଲ ୧୦୪.୬୭ ଟଙ୍କା ଓ ଡିଜେଲ ୮୯.୭୯ ଟଙ୍କା ରହିଛି। ଚେନ୍ନାଇରେ ମଧ୍ୟ ପେଟ୍ରୋଲ ୧୦୧.୪୦ ଟଙ୍କା ଓ ଡିଜେଲ ୯୧.୪୩ ଟଙ୍କାରେ ସ୍ଥିର ରହିଛି ।

Leave A Reply

Your email address will not be published.